ଭାରତୀୟ ପୁରୁଷଙ୍କ ଠାରେ ବଢୁଛି ୟୁଟିଆଇ

ଆଗରୁ ‘ମୂତ୍ରନଳୀ ସଂକ୍ରମଣ’ (ୟୁଟିଆଇ) କୁ ମୁଖ୍ୟତଃ ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭାବେ ବିବେଚନା କରାଯାଉଥିବା ବେଳେ ଆଜିକାଲି ଭାରତୀୟ ପୁରୁଷମାନଙ୍କଠାରେ ଏହା ଏକ କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ଭାବରେ ଉଭା ହୋଇଛି।

dgjdgjdgjnbcnbcn

ଆଗରୁ ‘ମୂତ୍ରନଳୀ ସଂକ୍ରମଣ’ (ୟୁଟିଆଇ) କୁ ମୁଖ୍ୟତଃ ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭାବେ ବିବେଚନା କରାଯାଉଥିବା ବେଳେ ଆଜିକାଲି ଭାରତୀୟ ପୁରୁଷମାନଙ୍କଠାରେ ଏହା ଏକ କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ଭାବରେ ଉଭା ହୋଇଛି। କିଛି ବର୍ଷ ଭିତରେ ସହରାଞ୍ଚଳ ଡାକ୍ତରଖାନାମାନଙ୍କରେ ପୁରୁଷମାନଙ୍କ ୟୁଟିଆଇ ମାମଲା ତିନିରୁ ଚାରି ଗୁଣ ବଢ଼ିଯାଇଛି। 

ଯେତେବେଳେ ଜୀବାଣୁ ମୂତ୍ରାଶୟ, ବୃକ୍‌କ କିମ୍ବା ମୂତ୍ରନଳୀର କୌଣସି ଅଂଶକୁ ସଂକ୍ରମିତ କରନ୍ତି, ସେତେବେଳେ ମୁତ୍ରନଳୀ ସଂକ୍ରମଣ ହୁଏ। ଏଥିଯୋଗୁଁ ପରିସ୍ରାରେ ଜଳାପୋଡ଼ା, ପରିସ୍ରାର ରଙ୍ଗ ପରିବର୍ତ୍ତନ, ପେଲ୍‌ଭିସ୍‌ରେ ଅସ୍ୱସ୍ତି ଆଦି ଲକ୍ଷଣ ଦେଖାଦେଇଥାଏ। ତେବେ ଜ୍ୱର ହେବା, ପରିସ୍ରାରେ ରକ୍ତ ପଡ଼ିବା କିମ୍ବା ଅଣ୍ଡକୋଷରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଲେ ଜରୁରି ଚିକିତ୍ସା ଆବଶ୍ୟକ। 

ଭାରତର ଗରମ ଓ ଆର୍ଦ୍ର ଜଳବାୟୁରେ ଡିହାଇଡ୍ରେସନ୍ ୟୁଟିଆଇର ପ୍ରମୁଖ କାରଣ ସାଜେ। ଅଧିକାଂଶ ପୁରୁଷ ପର୍ଯ୍ୟାପ୍ତ ପାଣି ପିଅନ୍ତି ନାହିଁ, ଯାହା ଜୀବାଣୁ ବୃଦ୍ଧିକୁ ସୁହାଇଥାଏ। ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ୟୁଟିଆଇ ପ୍ରାୟତଃ ଅଧିକ ଜଟିଳ ହୋଇଥିବା ବେଳେ ଚିକିତ୍ସା ନ କଲେ ପ୍ରୋଷ୍ଟାଟାଇଟିସ୍, ବୃକ୍‌କ ସଂକ୍ରମଣ କିମ୍ବା ୟୁରୋସେପ୍ସିସ୍ ଭଳି ବିପଜ୍ଜନକ ଅବସ୍ଥା ବିକଶିତ ହୋଇପାରେ। ତେଣୁ ଲକ୍ଷଣ ଅନୁଭବ କଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ପ୍ରାରମ୍ଭିକ ପରାମର୍ଶ ଦୀର୍ଘକାଳୀନ କ୍ଷତିକୁ ରୋକିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମୟୋଚିତ ଚିହ୍ନଟ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe