ରାଖୀ ପଛରେ ରହିଥିବା ଏହି ପୌରାଣିକ କାହାଣୀ ବିଷୟରେ ଜାଣନ୍ତି କି?

ରାଖୀ ପଛରେ ରହିଥିବା ଏହି ପୌରାଣିକ କାହାଣୀ ବିଷୟରେ ଜାଣନ୍ତି କି?

Navbharat Times

ଆଜି ପବିତ୍ର ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ସ୍ନେହର ପବିତ୍ର ଡୋରି ହେଉଛି ଏ ରାଖୀ। ଏହି ରାଖୀ ବନ୍ଧନ ପ୍ରଥା ମହାଭାରତ ସମୟରୁ ଚାଲି ଆସୁଛି। ଆଜିର ଦିନରେ ଭଉଣୀ ତ‌ା’ ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷା ମାଗେ। ଭାଇ ବି ଭଉଣୀକୁ ସବୁ ଦୁଃଖ କଷ୍ଟରୁ ସୁରକ୍ଷା ଦେବାକୁ କଥା ଦିଏ। ବିଶ୍ବାସ କରାଯାଏ ଯେ ଆଜିର ଦିନରେ ଭାଇ ହାତରେ ଭଉଣୀ ରାଖୀ ବାନ୍ଧିଲେ ସେମାନଙ୍କ ମଧ୍ୟରେ ଥିବା ‌ସ୍ନେହ, ପ୍ରେମ ଆହୁରି ଅଧିକ ନିବିଡ଼ ହୁଏ। ତେବେ ଏହି ରାଖୀ ବନ୍ଧନ ପଛରେ ଥିବା କାହାଣୀକୁ ଆପଣ ଜାଣିଛନ୍ତି କି?

ଏହି ପର୍ବ ପଛରେ ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ‌ହେଉଛି ମହାଭାରତ ଯୁଦ୍ଧ କାଳର। କଥା ରହିଛି ଯେ ଥରେ କୃଷ୍ଣଙ୍କ ହାତରେ ଆଘାତ ଲାଗିଯାଏ। ତାହାକୁ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ଦେଖିବା ପରେ ନିଜ ଶାଢ଼ି କାନିରୁ ଖଣ୍ଡେ ଚିରି କୃଷ୍ଣଙ୍କ ହାତରେ ବାନ୍ଧିଦିଅନ୍ତି। କୃଷ୍ଣଙ୍କ ହାତରୁ ବୋହୂଥିବା ରକ୍ତ ଥମିଯାଏ। ସେହି ସମୟ‌ରେ କୃଷ୍ଣ ଦ୍ରୌପଦୀଙ୍କୁ ଜୀବନ ଯାକ ରକ୍ଷା କରିବାର ପ୍ରତିଶ୍ରୁତି ଦିଅନ୍ତି।

ପରବର୍ତ୍ତୀ ମୁହୂର୍ତ୍ତରେ କୃଷ୍ଣ ତାଙ୍କ କର୍ତ୍ତବ୍ୟ ପାଳନ ବି କରନ୍ତି। କୌରବ ସଭାରେ ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଉଥାଏ ପାଞ୍ଚାଳି ସେତେବେଳେ କୃଷ୍ଣଙ୍କୁ ଧ୍ୟାନ କରନ୍ତି। କୃଷ୍ଣ ଅସରନ୍ତି ବସ୍ତ୍ର ଦେଇ ଦ୍ରୌପଦୀଙ୍କ ଲଜ୍ଜା ରଖନ୍ତି। ବିଶ୍ବାସ ରହିଛି ଯେ ଦ୍ରୌପଦୀ ତାଙ୍କ ଶାଢ଼ି କାନିରୁ ଖଣ୍ଡେ ବସ୍ତ୍ର ଚିରି ବାନ୍ଧିଥିବା ବେ‌ଳେ ‌ସେହି ଖଣ୍ଡେ କନାର ମୂଲ୍ୟ ଭାବେ କୃଷ୍ଣ ସହସ୍ର ହାତ ଲୁଗା‌ ଦେଇ ତାଙ୍କୁ ଋଣ ପରିଶୋଧ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe