ମଝି ରାସ୍ତାରେ ଛିଡ଼ା ହୋଇ ବାଦାମ ଖାଇଲେ, ଲୋକଙ୍କ ଭଲମନ୍ଦ ବୁଝିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ମଝି ରାସ୍ତାରେ ଛିଡ଼ା ହୋଇ ବାଦାମ ଖାଇଲେ, ଲୋକଙ୍କ ଭଲମନ୍ଦ ବୁଝିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନଗର ପରିକ୍ରମା ଅବସରରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଠେଲାରୁ ବାଦାମ ନେଇ ଖାଉଥିବାର ନଜର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଧାମୀ ରୁଦ୍ରପୁର ରୋଡ୍‌ରେ ଥିବା ନିଜର ପୂର୍ବ ପରିଚିତ ବାଦାମ ବିକାଳି ଚିରଞ୍ଜିଲାଲ୍‌ଙ୍କୁ ଭେଟିଥି‌ଲେ। ସେ ଚିରଞ୍ଜିଲାଲ୍‌ଙ୍କୁ ଭେଟିବା ପରେ ତାଙ୍କ ନିକଟରୁ କିଛି ବାଦାମ କିଣିଥିଲେ। ତା’ପ‌ରେ ସେ  ଜଣେ ମୁଖ୍ୟମନ୍ତ୍ରୀ ‌ହୋଇ ମଧ୍ୟ ଯେଉଁଭଳି ଅନ୍ଦାଜରେ ବାଦାମ ବିକାଳିଙ୍କ ଠେଲାରୁ ବାଦାମ ନେଇ ଖାଉଥିଲେ ତାହା ଏବେ ସଭିଙ୍କୁ ଚକିତ କରିଛି।

ମୁଖ୍ୟମନ୍ତ୍ରୀ ସେଠାରେ ବାଦାମ ଖାଇ ଖାଇ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା କଲେ, ସେମାନଙ୍କ ଭଲ ବନ୍ଦ ବି ବୁଝିଲେ। ମୁଖ୍ୟମନ୍ତ୍ରୀଙ୍କର ଏହି ଆପଣାପଣ ଲୋକଙ୍କୁ ବେଶ୍‌ ଭଲ ଲାଗିଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏପରି ରାସ୍ତା ଉପରେ ଦେଖିବା ପରେ ଲୋକଭିଡ଼ ଜମି ଯାଇଥିଲା। ମୁଖ୍ୟମନ୍ତ୍ରୀ ବି ଲୋକଙ୍କ ସହ ଟିକେ ହସମଜାକ କରି ପୁଣି କିଛି ସମୟ ପରେ ସେଠାରୁ ପଳାଇ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମାର୍ଚ ମାସରେ ବିପୁଳ ଭୋଟ ପାଇ ବିଜେପି ବିଜୟୀ ହେବା ପରେ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ପୁଷ୍କର ସିଂହ ଧାମୀ। ତାଙ୍କ ନାଁ ଘୋଷଣା ହେବା ପରେ  ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe