ଆସନ୍ନ ମହାମାରୀ ପାଇଁ ଟିକା

Advertisment

ଚଳିତ ଦଶକର ପ୍ରାରମ୍ଭରେ ମହାମାରୀ କୋଭିଡ୍‌-୧୯ର ପ୍ରାଦୁର୍ଭାବ ଓ ଉପଦ୍ରବକୁ ବିଶ୍ବବାସୀ ଅଙ୍ଗେ ନିଭାଇଛନ୍ତି। ଭବିଷ୍ୟତରେ ଏଭଳି କୌଣସି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ମାସାଚ୍ୟୁସେଟ୍‌ସ.....

ଚଳିତ ଦଶକର ପ୍ରାରମ୍ଭରେ ମହାମାରୀ କୋଭିଡ୍‌-୧୯ର ପ୍ରାଦୁର୍ଭାବ ଓ ଉପଦ୍ରବକୁ ବିଶ୍ବବାସୀ ଅଙ୍ଗେ ନିଭାଇଛନ୍ତି। ଭବିଷ୍ୟତରେ ଏଭଳି କୌଣସି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ମାସାଚ୍ୟୁସେଟ୍‌ସ.....

dgddgv

ଚଳିତ ଦଶକର ପ୍ରାରମ୍ଭରେ ମହାମାରୀ କୋଭିଡ୍‌-୧୯ର ପ୍ରାଦୁର୍ଭାବ ଓ ଉପଦ୍ରବକୁ ବିଶ୍ବବାସୀ ଅଙ୍ଗେ ନିଭାଇଛନ୍ତି। ଭବିଷ୍ୟତରେ ଏଭଳି କୌଣସି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ଓ କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (କାଲ୍‌ଟେକ୍‌)ର ବୈଜ୍ଞାନିକମାନେ ଏକ ଟିକା ବିକଶିତ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ‘ମୋଜାଇକ୍‌-୮’ ନାମକ ଉକ୍ତ ଅଣୁକଣିକା ଟିକା, କୋଭିଡ୍-୧୯ ପାଇଁ ଦାୟୀ ସାର୍ସ-କୋଭ୍‌-୨ ନାମକ କରୋନାଭୂତାଣୁ ସମେତ ଅନ୍ୟାନ୍ୟ ସମଜାତୀୟ ଭୂତାଣୁ ଦାଉରୁ ସୁରକ୍ଷା ଦେଇପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ସାର୍ବେକୋଭାଇରସ୍ ପ୍ରଜାତି ଅନ୍ତର୍ଗତ ଏହି ଭୂତାଣୁସମୂହ ସାଧାରଣତଃ ଜୀବଜନ୍ତୁଙ୍କ ଶରୀରରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହୋଇଥା’ନ୍ତି। ବିଶେଷ କରି ବାଦୁଡ଼ି ସମେତ ଅନ୍ୟ କିଛି ସ୍ତନ୍ୟପାୟୀଙ୍କ ଶରୀରରେ ନିଜର ବଂଶ ବିସ୍ତାର କରି ଚାଲିଥିବା ଏହି ଭୂତାଣୁଗୋଷ୍ଠୀ ଭବିଷ୍ୟତରେ ମାନବ ସମାଜ ପାଇଁ କୋଭିଡ୍-୧୯ ଅନୁରୂପ ମହାମାରୀ ସଂକଟ ଆଣିବାର ଯଥେଷ୍ଟ ଆଶଙ୍କା ରହିଛି।

‘ମୋଜାଇକ୍‌-୮’ ନାମକ ଟିକା କୋଭିଡ୍-୧୯ ମହାମାରୀ ପାଇଁ ଦାୟୀ ‘ସାର୍ସ-କୋଭ୍‌-୨’ ନାମକ କରୋନା ଭୂତାଣୁ ସମେତ ସମଜାତୀୟ ଭୂତାଣୁ ଦାଉରୁ ସୁରକ୍ଷା ଦେଇପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି। ସାର୍ବେକୋଭାଇରସ୍ ପ୍ରଜାତି ଅନ୍ତର୍ଗତ ଏହି ଭୂତାଣୁସମୂହ ସାଧାରଣତଃ ଜୀବଜନ୍ତୁଙ୍କ ଶରୀରରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହୋଇଥା’ନ୍ତି। 

ସେଭଳି ସ୍ଥିତିର ମୁକାବିଲା ପାଇଁ ବୈଜ୍ଞାନିକମାନେ ଉନ୍ନତ ରୋଗପ୍ରତିରୋଧକ ଜ୍ଞାନକୌଶଳ ପ୍ରୟୋଗ କରି ଏପରି ଅଭିନବ ଟିକା ବିକଶିତ କରିଛନ୍ତି। ସେମାନେ ୮ଟି ସମପ୍ରଜାତି ଭୂତାଣୁର ୬୦ଟି ଆର୍‌ବିଡି(ରିସିପ୍ଟର୍ ବାଇଡିଂ ଡୋମେନ୍‌)କୁ ନିଶାଣ କରି ଏହି ଅଣୁକଣିକା ଟିକା ଉଦ୍ଭାବନ କରିଛନ୍ତି। ଏହା ମନୁଷ୍ୟ ଶରୀରରେ ବି-କୋଷିକାଗୁଡ଼ିକୁ ଉତ୍‌ପ୍ରେରିତ କରି ଏଭଳି ଆଣ୍ଟିବଡି ସୃଷ୍ଟି କରାଇବ, ଯାହା ସାର୍ବେକୋଭାଇରସ୍ ବିରୋଧରେ ସ୍ଥାୟୀ ସୁରକ୍ଷା ପ୍ରଦାନ କରିପାରିବ। ବିଜ୍ଞାନାଗାରରେ ପରୀକ୍ଷା ନିରୀକ୍ଷାରେ ଏହି ‘ମୋଜାଇକ୍-୮’ ଟିକା, ସାର୍ସ-କୋଭ୍‌-୨ ସମେତ ଅନ୍ୟ ସାର୍ବେକୋଭାଇରସ୍ ପ୍ରଜାତିର ଭୂତାଣୁମାନଙ୍କ ବିରୋଧରେ ଶକ୍ତ ଆଣ୍ଟିବଡି ପ୍ରସ୍ତୁତ କରି ପାରୁଥିବା ସ୍ପଷ୍ଟ ହୋଇଛି। ଅଦ୍ୟାବଧି କୋଭିଡ୍‌-୧୯ରୁ ସୁରକ୍ଷା ପାଇଁ ବିଭିନ୍ନ ରାଷ୍ଟ୍ରରେ ସଂଖ୍ୟାଧିକ ଟିକାର ବିକାଶ ସତ୍ତ୍ବେ ତାହା ବିରୋଧରେ ତଥାପି ଲଢ଼େଇ ଜାରି ରହିଛି। ଏହି ଅବସରରେ ଏମ୍‌ଆଇଟି ଓ କାଲ୍‌ଟେକ୍‌ ବୈଜ୍ଞାନିକମାନଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଭୂତାଣୁ ବିପଦର ମୁକାବିଲା ପାଇଁ ଟିକା ବିକାଶରେ ଚାଲିଥିବା ଗବେଷଣାର ଗୁରୁତ୍ବ ବହନ କରିବା ସହ ମାନବ ସମାଜ କୌଣସି ଅବଶ୍ୟମ୍ଭାବୀ ମହାମାରୀରୁ ବର୍ତ୍ତିଯିବା ପାଇଁ ଆଶା ସଂଚାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe