ଆମ ଦେଶ ଭାରତର ଜାତୀୟ ଗୀତି ‘ବନ୍ଦେ ମାତରମ୍‌’ର ଭାବାର୍ଥ କ’ଣ ଜାଣନ୍ତି?

Advertisment
ଆମ ଦେଶ ଭାରତର ଜାତୀୟ ଗୀତି ‘ବନ୍ଦେ ମାତରମ୍‌’ର ଭାବାର୍ଥ କ’ଣ ଜାଣନ୍ତି?

ଆମର ଜାତୀୟ ଗୀତି ଭାବେ ସ୍ୱୀକୃତ ‘ବନ୍ଦେ ମାତରମ୍‌’ ଗୀତଟିର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଏହି ଗୀତଟି ତାଙ୍କ ଲିଖିତ ‘ଆନନ୍ଦ ମଠ’ପୁସ୍ତକରେ ସଂଯୋଜିତ ଥିଲା। ଏହି ପ୍ରସିଦ୍ଧ ଗୀତଟି ୧୮୭୫ ମସିହା ସେପ୍ଟେମ୍ବର ୭ ତାରିଖରେ ଲେଖା ଯାଇଥିଲା। ୧୮୮୨ ମସିହାରେ ଗୀତଟି ପ୍ରକାଶ ପାଇଥିଲା। ୧୯୫୦ ମସିହା ଜାନୁଆରି ୨୪ ତାରିଖରେ ଗୀତଟିକୁ ଜାତୀୟ ଗୀତି ଭାବେ ଚୟନ କରାଯାଇଥିଲା।

ଗୀତଟି ହେଉଛି:

‘ବନ୍ଦେ ମାତରମ୍‌
ସୁଜଲାମ୍‌ ସୁଫଲାମ୍‌
ମଲୟଜ ଶୀତଲମ
ଶସ୍ୟାଶାମଲାମ ମାତରମ୍‌
ବନ୍ଦେ ମାତରମ୍‌
ଶୁଭ୍ରଜ୍ୟୋସ୍ନା ପୁଲକିତ ୟାମିନିମ୍‌
ଫୁଲ୍ଲକୁସୁମିତ ଦ୍ରୁମଦଲଶୋଭିନୀମ୍‌
ସୁଭାସିନୀମ୍‌
ସୁମଧୁର ଭାସିଣୀମ୍‌
ସୁଖଦାମ୍‌ ବରଦାମ୍‌
ମାତରମ୍‌
ବନ୍ଦେ ମାତରମ୍‌’

publive-image

ଯାହାର ଅର୍ଥ ହେଉଛି, ‘ସେ ମାଆକୁ ମୁଁ ବନ୍ଦନା କରୁଛି; ଯିଏ ମଧୁର ଜଳରେ ଭରା, ମଧୁର ଫଳରେ ଭରା ଏବଂ ଯାହାର ମଳୟ ଶୀତଳତା ପ୍ରଦାନ କରେ। ଶସ୍ୟରେ ଭରି ହୋଇ ଯାହାର ଭୂମିର ରଂଗ ସବୁଜ। ସେ ମାଆକୁ ବନ୍ଦୁଛି। ଯାହାର ଧଳା ରଂଗର ଜ୍ୟୋସ୍ନା ରାତିକୁ ପୁଲକିତ କରେ। ଯାହାର ଭୂମି ଫୁଲ ଓ ସୁସଜ୍ଜିତ ଗଛରେ ସଜେଇ ହୋଇଛି। ଯିଏ ସଦା ହସୁଥାଏ, ଯିଏ ସଦା ମଧୁର ଭାଷା କହେ। ଯିଏ ସୁଖ ପ୍ରଦାନ କରେ, ବର ଦାନ ଦିଏ। ସେ ମାଆକୁ ମୁଁ ପ୍ରଣାମ କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe