ନୂଆଦିଲ୍ଳୀ: ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଭଂସିକା ବ୍ରେକ୍-ଅପ୍ ଷ୍ଟୋରି ଭାଇରାଲ୍ ହେବା ଘଟଣା ଆପଣ ଜାଣିଥିବେ ନିଶ୍ଚୟ। ଜଣେ ଯୁବତୀ ନିଜ ବ୍ରେକ୍-ଅପ୍ କାହାଣୀ ତାଙ୍କ ବାନ୍ଧବୀଙ୍କ ଆଗରେ କାନ୍ଦି କାନ୍ଦି କହୁଥିବା ବେଳର ଏକ କଲ୍ ରେକର୍ଡିଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତାପରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଭଂସିକା ବ୍ରେକ୍-ଅପ୍ ଟ୍ରେଣ୍ଡ୍ ହେବାରେ ଲାଗିଲା।
ଯୁବତୀ ଜଣକ ତାଙ୍କ ବାନ୍ଧବୀଙ୍କୁ କହୁଥିବାର ଶୁଣିବାକୁ ମିଳିଛି ଯେ ‘ମୋର ୨ ମାସିକ ଆନିଭର୍ସରି ଥିଲା। ମୁଁ ଆକାଶ ପାଇଁ ୱାକ୍ସିଂ, ଥ୍ରେଣ୍ଡିଂ ସବୁ କଲି। ଏତେ ଯନ୍ତ୍ରଣାଦାୟକ ଥିଲା ଯେ ମୁଁ ବ୍ୟକ୍ତ କରିପାରିବିନି। ହେଲେ ସେ କ’ଣ କହିଲା ଜାଣିଛୁ? କହିଲା ସେ କୁଆଡ଼େ ଆମକୁ ନେଇ ନିଶ୍ଚିତ ନୁହେଁ। ଆମକୁ ଏକ ବ୍ରେକ୍ ଦରକାର। କଲେଜ ସାମ୍ନାରେ ମୋ ପାଇଁ ଲାଇନ୍ ଲାଗୁଥିଲା ହେଲେ ମୁଁ ତା ପାଇଁ ସମସ୍ତଙ୍କୁ ଛାଡ଼ିଲି। ତା ପାଇଁ ମୁଁ ଫୁଟ୍ବଲ୍ ମ୍ୟାଚ୍ ବି ଦେଖିବା ଆରମ୍ଭ କଲି। ହେଲେ ସେ ମୋ ସହ ଏପରି କଲା।’
ଏହି ଅଡିଓ କଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏବେ ଭଂସିକାଙ୍କ ପ୍ରେମିକ ଆକାଶଙ୍କର ବି ଏକ ଭୟସ ରେକର୍ଡ ଭାଇରାଲ୍ ହୋଇଛି। ସେ ଉକ୍ତ ରେକର୍ଡିଂରେ ବ୍ରେକ୍-ଅପ୍ର କାରଣ କହୁଛନ୍ତି। ଆକାଶଙ୍କୁ ତାଙ୍କ ବନ୍ଧୁ ପଚାରୁଛନ୍ତି କି ‘କ’ଣ ଭାଇ ତୋ ବିଷୟରେ ଏମିତି କଥା ଭାଇରାଲ୍ ହେଉଛି।’
ଏହାର ଉତ୍ତରରେ ଆକାଶ କହୁଛନ୍ତି, ‘୨ ମାସ ସଂପର୍କରେ ସେ ବାହା ହେବା କଥା କହୁଛି। କେମିତି ଜଣେ ନିଶ୍ଚିତ ହେଇଯିବ କହିଲୁ? ଅନ୍ୟ କୋଉ ଝିଅକୁ ଯଦି ସୁନ୍ଦର କହିଦେଲି ତ ମୁହଁ ଲଟକେଇ ବୁଲିବ। ମୁଁ ୨୦ ଟଙ୍କାର ମୋମୋ ଖାଇବା ପିଲା। ମୋତେ ୫୦ ଗ୍ରାମ୍ର ଚାଉଳର ଭାତ ଖାଇ ୫୫୦ ଟଙ୍କା ବିଲ୍ ଭରାଇବ। କହ ତ ଭାଇ, କରିନଥାନ୍ତି ବ୍ରେକ୍-ଅପ୍?’
Follow Us