ପ୍ରଦୂଷଣ ପ୍ରଭାବରୁ ବଞ୍ଚାଇବା ପାଇଁ ପୂଜାରୀ ଭଗବାନ ଭୋଳାନାଥ, ଦୁର୍ଗା, କାଳୀ ଓ ସାଇବାବାଙ୍କୁ ପିନ୍ଧାଇଲେ ମାସ୍କ

Advertisment
ପ୍ରଦୂଷଣ ପ୍ରଭାବରୁ ବଞ୍ଚାଇବା ପାଇଁ ପୂଜାରୀ ଭଗବାନ ଭୋଳାନାଥ, ଦୁର୍ଗା, କାଳୀ ଓ ସାଇବାବାଙ୍କୁ ପିନ୍ଧାଇଲେ ମାସ୍କ

jansatta

ବାରଣାସୀ: ଦେଶର ରାଜଧାନୀ ଦିଲ୍ଲୀ ସହିତ ପ୍ରଦୂଷଣର ପ୍ରଭାବ ଅନ୍ୟ ସହରମାନଙ୍କରେ ବି ପଡ଼ିଛି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ପରିବେଶ ବି ପ୍ରଦୂଷଣ ଚାଦରରେ ଢ଼ାଙ୍କି ହୋଇଯାଇଛି। ତେବେ ଏହି ପ୍ରଦୂଷଣରୁ ବଞ୍ଚିବା ପାଇଁ ଏଠାରେ ଏକ ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଛି।

ଏଠାରେ ସାଧାରଣ ଲୋକଙ୍କ ସହିତ ଭାଗବାନଙ୍କୁ ବି ପ୍ରଦୂଷଣରୁ ମୁକ୍ତି ଦେବା ପାଇଁ ସହରର କିଛି ମନ୍ଦିରରେ ଭଗବାନଙ୍କୁ ମାସ୍କ ପିନ୍ଧାଇବାର ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

publive-image

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ରାଜଧାନୀରେ ବାୟୁ ପ୍ରଦୂଷଣରସ୍ତର ବିପଦ ସଙ୍କେତରେ ପହଞ୍ଚି ଯାଇଛି। ଦୀପାବଳି ପରଠାରୁ ରାଜଧାନୀ ଦିଲ୍ଲୀ ସହିତ ୟୁପିର ଅନେକ ସହରର ବାୟୁମଣ୍ଡଳ ଏବେ ଦୂଷିତ ହୋଇଯାଇଛି। ତେଣୁ ପରିବେଶର ଏହି ଭୟାବହସ୍ଥିତିକୁ ଦେଖି କାଶୀ ସିଗରାସ୍ଥିତ ମନ୍ଦିରର ପୂଜାରୀ ହରିଶ ମିଶ୍ରା ବାବା ଭୋଳାନାଥ ସମେତ ମା’ ଦୁର୍ଗା ଓ ମାତା କାଳୀଙ୍କ ସମେତ ସାଇବାବାଙ୍କୁ ପୂଜା କରି ମାସ୍କ ପିନ୍ଧାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe