Advertisment

ନବରାତ୍ରୀ ଅବସରରେ ଦେବୀ ମା’ଙ୍କ ମନ୍ଦିରକୁ ୪.୫ କୋଟି ନଗଦ ଟଙ୍କା ଓ ୪କିଲୋ ସୁନାରେ ସଜା ଗଲା

Advertisment
ନବରାତ୍ରୀ ଅବସରରେ ଦେବୀ ମା’ଙ୍କ ମନ୍ଦିରକୁ ୪.୫ କୋଟି ନଗଦ ଟଙ୍କା ଓ ୪କିଲୋ ସୁନାରେ ସଜା ଗଲା

ଆନ୍ଧ୍ରାପ୍ରଦେଶ: ଆନ୍ଧ୍ରାପ୍ରଦେଶର ବିଶାଖାପାଟନାମ୍‌ରେ ନବରାତ୍ରୀ ଅବସରରେ ବାସବି କନ୍ୟକା ପରମେଶ୍ୱରୀ ମନ୍ଦିରକୁ ୪.୫ କୋଟି ନଗଦ ଟଙ୍କା ଓ ୪କିଲୋଗ୍ରାମ ସୁନାର ସଜ୍ଜା ଯାଇଛି। ଏହି ସାଜ୍ଜସଜ୍ଜା ହେତୁ ମନ୍ଦିର ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆସନ୍ତୁ ଜାଣିବା ଏହି ମନ୍ଦିରର ଧାର୍ମିକ ମହତ୍ତ୍ୱ କ’ଣ ରହିଛି।

ବାସବି କନ୍ୟକା ପରମେଶ୍ୱର ମନ୍ଦିରରେ ମା’ଙ୍କ ମୂର୍ତ୍ତୀକୁ ସୁନା ଅଳଙ୍କାରରେ ସଜ୍ଜା ଯାଇଛି। ମା’ଙ୍କ ଆଭୁଷଣ ପ୍ରସ୍ତୁତ ହେବା ପାଇଁ ପାଖାପାଖି ୪କିଲୋ ସୁନା ଖଞ୍ଜା ଯାଇଛି। ସେହିପରି ପ୍ରତିମା ପଛପାର୍ଶ୍ୱରେ ଓ ମନ୍ଦିର ପରିସରରରେ ୪କୋଟି ନଗଦ ଟଙ୍କା ଲାଗିଛି।

ସୂଚନାଯୋଗ୍ୟ, ନବରାତ୍ରୀ ଅବସରରେ ଏଠାରେ ପ୍ରତିବର୍ଷ ଦେବୀଙ୍କ ପ୍ରତିମାକୁ ଭିନ୍ନ ଶୈଳୀରେ ସଜ୍ଜା ଯିବାର ଦେଖିବାକୁ ମିଳିଛି। ଦେବୀଙ୍କ ମନ୍ଦିର ପାଖାପାଖି ୧୦ବର୍ଷ ପୁରୁଣା। ତେବେ ଚଳିତ ବର୍ଷ ମନ୍ଦିରର ସାଜ୍ଜସଜ୍ଜାକୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏହି ମନ୍ଦିରର ସାଜ୍ଜାସଜ୍ଜାକୁ ଦେଖିବା ପାଇଁ ପ୍ରତିଦିନ ଏଠାରେ ହଜାରହଜାର ଲୋକଙ୍କ ଭିଡ ଲାଗିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe