ଏଠାରେ ମିଳୁଛି ଶାକାହାରୀ ମାଛ

Advertisment
ଏଠାରେ ମିଳୁଛି ଶାକାହାରୀ ମାଛ

ମାଛ ଏକ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଖାଦ୍ୟ। ଅଧିକାଂଶ ଆମିଷାଶୀ ମାଛ ଖାଇଥାନ୍ତି। କିନ୍ତୁ ନିରାମିଷାଶୀମାନେ ମାଛ ଖାଇ ନଥାନ୍ତି। କିନ୍ତୁ ମାଛର ସ୍ୱାଦ କଥା ଶୁଣୁଥିବା ବେଳେ ଶାକାହାରୀମାନଙ୍କ ମନରେ ଲାଳସା ଜାଗ୍ରତ ହେଉଥିବ କି ଯଦି ମାଛ ଶାକାହାରୀ ହୋଇଥାନ୍ତା,ତେବେ ସେମାନେ ବି ଖାଇପାରନ୍ତେ।
ଏବେ ନିରାମିଷାଶୀମାନଙ୍କ ପାଇଁ ଖୁସି ଖବର। ଏବେ ବଜାରକୁ ଏଭଳି ଏକ ମାଛ ଆସିଯାଇଛି,ଯାହା ଶୁଦ୍ଧ ଶାକାହାରୀ। ଏହାକୁ ନିରାମିଷାଶୀମାନେ ବି ଖାଇପାରିବେ। ସଂପ୍ରତି ଲଣ୍ଡନରେ ଏକ ରେସ୍ତୁରାଁରେ ଶାକାହାରୀ ମାଛ ଖାଇବାକୁ ଦିଆଯାଉଛି। ଏହି ରେସ୍ତୁରାଁର ମାଲିକଙ୍କ ନାଆଁ ହେଲା ଡାନିୟଲ୍‌ ସଟନ୍‌। ତାଙ୍କର ରେସ୍ତୁରାଁରେ ମାଛ,ଚିପ୍‌ସଠାରୁ ଆରମ୍ଭ କରି କକ୍‌ଟେଲ୍‌ ଯାଏଁ ସବୁ ଉପଲବ୍ଧ। କିନ୍ତୁ ଏହି ମାଛରେ ପ୍ରକୃତ ମାଛ ନଥାଏ।

publive-image
ସଟନ୍‌ଙ୍କର ରେସ୍ତୁରାଁରେ ଏହି ମାଛର ଚାହିଦା ବଢିବାରେ ଲାଗିଛି। ସେ କେବେ ବି ଭାବି ନଥିଲେ କି ଏହାର ଚାହିଦା ଏତେ ଶୀଘ୍ର ବଢିଯିବ।
ସଟନ୍‌ଙ୍କ ଅନୁଯାୟୀ ସେ କଦଳୀର ଫୁଲ ଓ ସାମୁଦ୍ରିକ ଲତା ସେମ୍‌ଫାୟାର୍‌କୁ ମିଶାଇ ଏହି ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଏହାର ସ୍ୱାଦ ଏକଦମ୍‌ ମାଛଭଳି। କିନ୍ତୁ ତାହା ଆମିଷ ନୁହେଁ। ଏହାକୁ ମାଛ ଆକାର ଦେବାପରେ ଡିପ୍‌ ଫ୍ରାଏ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe