ଲଗାଣ ବର୍ଷାରେ ରାସ୍ତା ମଝିରେ ବସି ଭୋଭୋ ହୋଇ କାନ୍ଦୁଥିବା ପରିବା ବିକାଳିଙ୍କ ଜମା ଖାତାକୁ ଗୋଟିଏ ରାତିରେ ଆସିଲା ୨ଲକ୍ଷ ଟଙ୍କାର ସାହାଯ୍ୟ ରାଶି

Advertisment
ଲଗାଣ ବର୍ଷାରେ ରାସ୍ତା ମଝିରେ ବସି ଭୋଭୋ ହୋଇ କାନ୍ଦୁଥିବା ପରିବା ବିକାଳିଙ୍କ ଜମା ଖାତାକୁ ଗୋଟିଏ ରାତିରେ ଆସିଲା ୨ଲକ୍ଷ ଟଙ୍କାର ସାହାଯ୍ୟ ରାଶି

oneindia.com

ନୂଆଦିଲ୍ଲୀ: ମୁମ୍ବାଇରେ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବିଶେଷ ଭାବେ ଏହି ଲଗାଣ ବର୍ଷା ହେତୁ ସାଧାରଣଲୋକ ଅଧିକ ପ୍ରଭାବିତ ହୋଇ ପଡ଼ିଛନ୍ତି। ଗତ ବୁଧବାର ମୁମ୍ବାଇ ବର୍ଷାରେ ଫସି ଯାଇଥିବା ଜଣେ ଅସହାୟ ପନିପରିବା ବିକାଳି ହାତରେ ଜୋତାକୁ ଧରି ମୁଣ୍ଡରେ ରୁମାଲ ବାନ୍ଧି ରାସ୍ତା ମଝିରେ ବସି ଭୋଭୋ ହୋଇ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଭାବବିହ୍ଵଳ ଫଟୋ ଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

मुंबई की बारिश में रोते बेबस ... Oneindia Hindi

ଏହି ଫଟୋକୁ ସାମ୍ବାଦିକ ସଚିନ ହରଲକର ଗତ ବୁଧବାର ଉଠାଇ ଥିଲେ। ପ୍ରବଳ ବର୍ଷାରେ ଫସି ଯିବା ପରେ ୪୫ ବର୍ଷୀୟ ପନିପରିବା ବିକାଳି ଅଶୋକ ସିଂ ମୁମ୍ବାଇର କିଙ୍ଗ ସର୍କଲରେ ଥିବା ଏକ ଡିଭାଇଡର୍‌ ଉପରେ ହାତରେ ଜୋତା ଧରି ମୁଣ୍ଡରେ ରୁମାଲ ବାନ୍ଧି ବର୍ଷା ପାଣିରେ ଓଦା ହୋଇ ଅସହାୟ ଅବସ୍ଥାରେ ଭୋଭୋ ହୋଇ କାନ୍ଦୁଥିଲେ। ଏହି ସମୟରେ ସଚିନ୍‌ ତାଙ୍କର ଏକ ଫଟୋକୁ ନିଜ କ୍ୟାମେରାରେ କୈଦ କରି ନେଇଥିଲେ। ତା’ପର ଦିନ ଏହି ଫଟୋ ଖବର କାଗଜରେ ଛ।ପି ଦେଇଥିଲେ। ଏଥିସହ ସେ ଏହାକୁ ତାଙ୍କ ଟୁଇଟରରେ ବି ସେୟାର କରିଥିଲେ।

Mumbai Rains Highlights: PM Modi Speaks To Uddhav Thackeray Over ... NDTV.com

ଫଟୋରେ ଅଶୋକ ସିଂଙ୍କ ଏଭଳି ଅସହାୟ ଅବସ୍ଥାକୁ ଦେଖି ଅନେକ ଲୋକେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଗତ ଗୁରୁବାର ରାତିରେ ଅଶୋକ ସିଂଙ୍କ ଜମାଖାତାକୁ ଦୁଇ ଲକ୍ଷ ଟଙ୍କାର ସାହାଯ୍ୟ ରାଶି ଜମା ହୋଇଥିବା ଜଣାପଡ଼ିଛି।

ଅଶୋକ ସିଂଙ୍କର ଭିଣ୍ଡି ବଜାରରେ ଏକ ପନିପରିବା ଦୋକାନ ଅଛି । କିନ୍ତୁ କରୋନା କାରଣରୁ ଚାରିମାସ ହେବ ତାଙ୍କର ରୋଜଗାର ଠପ୍‌ ହୋଇଯାଇଛି। ଯେଉଁଥିପାଇଁ ସେ ଓ ତାଙ୍କ ପରିବାର ଆର୍ଥିକଶଙ୍କଟ ଦେଇ ଗତି କରୁଛନ୍ତି। ପତ୍ନୀଙ୍କ ମଙ୍ଗଳାସୁତ୍ର ବନ୍ଧକ ରଖିବା ସହିତ ପରିବାର ଚଳାଇବା ପାଇଁ ଭାଇଙ୍କଠାରୁ ସେ ଦଶ ହଜାର ଟଙ୍କା ଉଧାର ମଧ୍ୟ ଆଣିଛନ୍ତି। ବର୍ତ୍ତମାନ ସେ ଏହି ସାହାଯ୍ୟ ରାଶି ପାଇ ବହୁ ଖୁସି ହୋଇ ଯାଇଛନ୍ତି । ଏହି ଟଙ୍କା ପାଇ କେବଳ ଯେ ସେ ସମସ୍ତଙ୍କ ଋଣ ସୁଝି ପାରିବେ ତାହା ନୁହେଁ ବରଂ ଝିଅ ବିବାହ ପାଇଁ ବି କିଛି ଟଙ୍କା ସଞ୍ଚୟ କରି ରଖି ପାରିବେ ବୋଲି ଅଶୋକ ସିଂ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe