Screengrab from video
ହାଇଦ୍ରାବାଦ୍: ହାଇଦ୍ରାବାଦ୍ ଏକ ମନ୍ଦିରରୁ ମାଆ ଦୁର୍ଗାଙ୍କୁ ମୂର୍ତ୍ତିରୁ ମୁକୁଟ ଚୋରି କରିବା ପୂର୍ବରୁ ଚୋର ଜଣକ ପ୍ରଥମେ ମାଆ ଦୁର୍ଗାଙ୍କୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ଚୋରଟିର ସଂପୂର୍ଣ୍ଣ କାର୍ଯ୍ୟକଳାପ ଏକ ସିସିଟିଭି ଫୁଟେଜ୍ରେ କଏଦ ହୋଇଛି।
ଏହି ଘଟଣାଟି ବୁଧବାର ହାଇଦ୍ରାବାଦ୍ର ଗୁନଫୋଣ୍ଡ୍ରି ଅଞ୍ଚଳର ଭବାନୀ ମନ୍ଦିରରେ ଘଟିଛି ବୋଲି ଜାଣିବାକୁ ମିଳିଛି। ଘଟଣାଟି ଘଟିବା ପରେ ପୂରା ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି।
ଭିଡିଓରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣକ ପ୍ରଥମେ ଜୋତା ଖୋଲି ମନ୍ଦିର ଭିତରକୁ ପ୍ରବେଶ କରି ମାଆଙ୍କୁ ହାତ ଯୋଡ଼ି ପ୍ରଣାମ କରୁଛି। ହାତ ଯୋଡ଼ି ଚାରି ପଟ ବୁଲି ମାଆଙ୍କ ଉଦ୍ଦେଶ୍ୟରେ ପ୍ରାଥର୍ନା କରୁଛି। ମୂର୍ତ୍ତିର ପାଦ ଛୁଇଁବା ପରେ ସେ କାନ ଛୁଇଁ, ନିଜ ମଥାରେ ତିଲକ ଲଗାଇ କ୍ଷମା ମାଗିବା ଢଙ୍ଗରେ ନଜର ଆସିବା ପରେ ମୂର୍ତ୍ତି ଉପରେ ଥିବା ସୁନା ମୁକୁଟକୁ ଚୋରି କରିଛି।
Follow Us