Photo Credit: Twitter
ନୂଆଦିଲ୍ଲୀ: ଇଣ୍ଟର୍ନେଟ୍ରେ ବୁଲୁଛି ଜଣେ ବରିଷ୍ଠ ନାଗରିକଙ୍କ ନୃତ୍ୟ ଭିଡିଓ। ଭିଡିଓଟିରେ ବୟସ୍କ ବ୍ୟକ୍ତି ଜଣକ ‘ଘର ଆୟା ପରଦେଶୀ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି। ବ୍ୟକ୍ତି ଜଣକ ନାଚୁଥିବା ବେଳର ଦୃଶ୍ୟକୁ ଅନେକ ବ୍ୟକ୍ତି ସେଠାରେ ଛିଡ଼ା ହୋଇ ରେଡର୍କ କରିବା ସହ ନାଚର ମଜା ନେଉଛନ୍ତି। ସେ ପ୍ରମାଣ କରି ଦେଇଛନ୍ତି ଯେ ବୃଦ୍ଧ ହୋଇଯିବା ପରେ ନାଚିବା ବନ୍ଦ ହୋଇ ଯାଏନି ବରଂ ଜଣେ ନାଚୁଥିବା ଲୋକ ନାଚ ବନ୍ଦ କରିବା ପରେ ହିଁ ବୃଦ୍ଧ ହୋଇଯାଏ।
ସେ ୧୯୫୧ ମସିହାର ଚଳଚ୍ଚିତ୍ର ‘ଆୱାରା’ର ଏହି ଗୀତରେ ଝୁମି ଝୁମି ନାଚୁଥିବାର ନଜର ଆସିଛନ୍ତି। ଭିଡିଓଟିକୁ ଜଣେ ଟ୍ବିଟ୍ର ବ୍ୟବହାରକାରୀ ଟ୍ବିଟ୍ କରିବା ପରେ ଭିଡିଓଟି ଏବେ ଇଣ୍ଟର୍ନେଟ୍ରେ ଛାଇବାରେ ଲାଗିଛି। ବ୍ୟକ୍ତି ଜଣକ ନେହେରୁ ଜ୍ୟାକେଟ୍ ସହ ସମାନ ରଂଗର କୁୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି।
Follow Us