କର୍ଣ୍ଣାଟକ ଜଙ୍ଗଲରେ ନଜର ଆସିଲା ବିଶାଳକାୟ ସାପ, ଲୋମଟାଙ୍କୁରା ଭିଡିଓ ସେୟାର କଲେ ବନବିଭାଗ ଅଧିକାରୀ

Advertisment
କର୍ଣ୍ଣାଟକ ଜଙ୍ଗଲରେ ନଜର ଆସିଲା ବିଶାଳକାୟ ସାପ, ଲୋମଟାଙ୍କୁରା ଭିଡିଓ ସେୟାର କଲେ ବନବିଭାଗ ଅଧିକାରୀ

timesnownews.com

ବେଙ୍ଗାଲୁରୁ: ଅନେକ ସମୟରେ ଘରୁ ସାପ ବାହାରିବା ବା ଘରେ ବାଘ ପଶି ଯାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଘର ବା ବିମାନର ଶୌଚାଳୟରୁ ସାପ ବାହାରିବା ହେଉ ବା ଠାକୁର ଘରୁ ସାପ ବାହାରିବା ହେଉ, ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଉଥିବା ବେଳେ ଏବେ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ତେବେ କାହା ଘରେ ନୁହେଁ, ବରଂ କର୍ଣ୍ଣାଟକର ଏକ ଜଙ୍ଗଲରେ ବିଶାଳକାୟ ସାପ ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସେୟ‌ାର କରିଛନ୍ତି ବନବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ।

ଭିଡିଓ‌ରେ ଦେଖାଯାଇଛି କି, ଏକ ବିଶାଳକାୟ ସାପ ଗଛ ଉପରେ ଗୁଡ଼ାଇ ହୋଇ ରହିଛି। ଏହା ସହ ସେ ଧିରେ ଧିରେ ଉପରକୁ ଉଠୁଛି। ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ ଲେଖିଛନ୍ତି କି, କର୍ଣ୍ଣାଟକରୁ ଏହି ଦୃଶ୍ୟ। ଆପଣ ଏହି ସାମାନ୍ୟ ସାପକୁ ଚିହ୍ନଟ କରି ପାରିବେ କି? ତାଙ୍କର ଏଭଳି ଟୁଇଟ୍ ସାମ୍ନାକୁ ଆସିବା ପ‌ରେ ଲୋକେ ନିଜ ନିଜର ମତ ଟୁଇଟ୍ କରି ରଖିଛନ୍ତି। କିଛି ଲୋକ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ କିଛି ଲୋକ ଏହାକୁ ଆନାକୋଣ୍ଡା ବୋଲି କହିଛନ୍ତି। ଏହା ସହ କିଛି ଲୋକ ଏହାକୁ ଅଜଗର ସାପ ବୋଲି ମଧ୍ୟ କହିଥିବା ଦେଖାଯାଇଛି। ତେବେ ଏଭଳି ସାପ କେବଳ ହଲିଉଡ୍ ଫିଲ୍ମମାନଙ୍କରେ ଦେଖିବାକୁ ମିଳୁଥିବା ବେଳେ ବାସ୍ତବରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe