oneindia.com
ନୂଆଦିଲ୍ଲୀ : ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ-କଶ୍ମୀରର ୧୬ବର୍ଷୀୟ ଇର୍ଫାନ୍ ରମ୍ଜାନ୍ ଶେଖ୍ଙ୍କୁ ସର୍ବୋଚ୍ଚ ସୈନ୍ୟ ପୁରସ୍କାର ସୂର୍ଯ୍ୟ ଚକ୍ରରେ ସମ୍ମାନିତ କରିଛନ୍ତି । ନିଜ ପରିବାରକୁ ଆତଙ୍କବାଦୀଙ୍କଠାରୁ ବଞ୍ଚାଇବାକୁ ଯାଇ ସେ ୧୪ବର୍ଷ ବୟସରେ ଯେଉଁ ଭଳି ଭାବରେ ନିଜର ପରାକ୍ରମ ଦେଖାଇଥିଲେ, ତା’କୁ ଆଖି ଆଗରେ ରଖି ରାଷ୍ଟ୍ରପତି ଇର୍ଫାନ୍ଙ୍କୁ ସମ୍ମାନିତ କରିଛନ୍ତି ।
ସୂଚନା ମୁତାବକ, ଅକ୍ଟୋବର୧୬, ୨୦୧୭ରେ ୩ଜଣ ଆତଙ୍କବାଦୀ ଇର୍ଫାନ୍ଙ୍କ ଘରକୁ ଘେରି ନେଇଥିଲେ । ଇର୍ଫାନ୍ ଘରର କବାଟ ଖୋଲିବା ପରେ ସାମ୍ନାରେ ଆତଙ୍କବାଦୀଙ୍କୁ ଠିଆ ହୋଇଥିବା ଦେଖି ପ୍ରଥମେ ଡ଼ରି ଯାଇଥିଲେ । ୩ଜଣ ଆତଙ୍କବାଦୀ ତାଙ୍କ ବାପା ରମ୍ଜାନ୍ ଶେଖ୍ଙ୍କୁ ହତ୍ୟା କରିବା ପାଇଁ ଆସିଥିବା ଜାଣି ଇର୍ଫାନ୍ ୩ଜଣ ଆତଙ୍କବାଦୀଙ୍କ ସହ ଲଢ଼ିବା ଆରମ୍ଭ କରି ଦେଇଥିଲେ । ୧୪ବର୍ଷର ହୋଇ ମଧ୍ୟ ଇର୍ଫାନ୍ ୩ଜଣ ଆତଙ୍କବାଦୀଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇ ନଥିଲେ । ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ପରିବାରକୁ ବଞ୍ଚାଇବା ପାଇଁ ଇର୍ଫାନ୍ ଏବଂ ତାଙ୍କ ବାପା ୩ଜଣ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ । ଏ ମଧ୍ୟରେ ଇର୍ଫାନ୍ଙ୍କ ବାପା ଆହତ ହୋଇଯିବା ସହ ଜଣେ ଆତଙ୍କବାଦୀ ନିହତ ହୋଇ ଯାଇଥିଲେ । ନିଜ ବାପାଙ୍କୁ ଆହତ ଅବସ୍ଥାରେ ଦେଖି ମଧ୍ୟ ନ ଡ଼ରି ଇର୍ଫାନ୍ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ପିଛା କରିଥିଲେ ।
୨ଆତଙ୍କବାଦୀଙ୍କ ପାଖରେ ଏକେ-୪୭ ଏବଂ ଗ୍ରେନେଡ୍ ଥାଇ ମଧ୍ୟ ସେମାନେ ୧୪ବର୍ଷୀୟ ଇର୍ଫାନକୁ ଡ଼ରି ଖସି ପଳାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଭାରତବାସୀ ଇର୍ଫାନ୍ଙ୍କ ସାହାସକୁ ପ୍ରଂଶସା କରୁଥିବା ବେଳେ ଏବେ ତାଙ୍କୁ ସୂର୍ଯ୍ୟ ଚକ୍ର ଭଳି ସମ୍ମାନରେ ସମ୍ମାନିତ କରାଯାଇଛି ।
  
 Follow Us