Screengrab from video
ଚୋଙ୍ଗକୁଇଙ୍ଗ୍: ଜଣେ ମାଆ ଓ ତା’ର ସନ୍ତାନ ଭିତରେ ଥିବା ମମତାକୁ ସଂସାରର କାହା ସହ ବି ତୁଳନା କରିବା ବୃଥା। ଜଣେ ପିଲା ପାଇଁ ତା’ର ମାଆ ଯେ କେତେ ଗୁରୁତ୍ବ ରଖେ ତାହା କାହାକୁ ବା ଅଛପା! ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଜଣେ ମାଆକୁ ନେଇ କୁନି ପୁଅଟି କେତେ ସମ୍ବେଦନଶୀଳ ତାହା ସେହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଜଣେ ମହିଳ ତାଙ୍କ କୁନି ପୁଅକୁ ଧରି ରାସ୍ତା ପାର୍ ହେଉଥିବା ବେଳେ ଏକ କାର୍ଟି ଆସି ମହିଳାଙ୍କ ଦେହରେ ପିଟି ଦେଉଛି। ମହିଳା ଜଣକ ରାସ୍ତା ଉପରେ ପଡ଼ିଯାଉଛନ୍ତି। ମହିଳାଙ୍କୁ କାର୍ଟି ପିଟିଦେବା ପରେ ରାଗରେ ଆସି କାର୍ ପାଖକୁ ଯାଇ ଗୋଇଟା ଉପରେ ଗୋଇଠା ମାରି ଚାଲିଛି କୁନି ପୁଅ।
କୁନି ପୁଅର ଏପରି କାର୍ଯ୍ୟକଳାପ ଦେଖି କାର୍ରୁ ବାହାରି ଗାଡ଼ି ଚାଳକ ଜଣକ ହସି ଦେଉଛନ୍ତି। ମହିଳା ଜଣକ ଆହତ ହୋଇଥିବା ହେତୁ ଗାଡ଼ି ଚାଳକ ଜଣକ ମହିଳାଙ୍କୁ ଧରି ନିଜ ଗାଡ଼ିରେ ବସାଇ ନେଉଛନ୍ତି।
Follow Us