Indiatoday
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଆମେ ପୂର୍ବରୁ ଅନେକ ମଜାଦାର ଓ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିଛେ। ନିକଟରେ ଭାଇରାଲ୍ ହୋଇଥିବା ଏକ ଭିଡିଓ ସଭିଙ୍କୁ ଚକିତ କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ସାଥି ହୋଇ ଗୋଲାକାର ଭାବେ ସାଇକେଲିଂ କରୁଛନ୍ତି। ଜଣେ ଯୁବତୀ ସେମାନଙ୍କ ପିଠିରୁ ପିଠିକୁ ଡେଇଁ ଡେଇଁ ଯାଉଛନ୍ତି। ଯୁବତୀ ଜଣକ ଯେଭଳି ଭାବେ ନିଜକୁ ଆୟତ୍ତ କରି ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଡେଇଁ ଚାଲିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି।
ପୂର୍ବତନ ବାସ୍କେଟ୍ ବଲ୍ ଖେଳାଳି ରେକ୍ସ ଚାପ୍ମ୍ୟାନ୍ ଏହି ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିବା ପରେ ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି। ଏପରି ଏକ ଦକ୍ଷତା ନିଶ୍ଚିତ ଭାବେ ଅବିଶ୍ବସନୀୟ ବୋଲି ସେ ତାଙ୍କ ଆକାଉଣ୍ଟ୍ରେ ଲେଖିଛନ୍ତି।
ଭିଡିଓଟି ମାତ୍ର ୫ ସେକେଣ୍ଡ୍ର। ଏପରି ଏକ ଭିଡିଓ ସୋସିଆଲ୍ ମିଡିଆରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏହି ଭିଡିଓଟି ଟ୍ବିଟର୍ରେ ପୋଷ୍ଟ୍ ହେବା ପରେ ଭାଇରାଲ୍ ହେବାରେ ଲାଗିଛି। ଏହାର ଏକ ମିଲିୟନରୁ ଅଧିକ ଭିୟୁ ହୋଇ ସାରିଲାଣି। ଟ୍ବିଟର୍ ବ୍ୟବହାରକାରୀମାନେ ଏହାକୁ ଖୁବ୍ ପସନ୍ଦ କରି ଚାଲିଛନ୍ତି।
Follow Us