ଜେଜେମା’ଙ୍କୁ ପଛରେ ବସାଇ ଦ୍ରୁତଗତିରେ ଗାଡ଼ି ଚଲାଉଛି ମାତ୍ର ୧୦ବର୍ଷର ବାଳକ

Advertisment
ଜେଜେମା’ଙ୍କୁ ପଛରେ ବସାଇ ଦ୍ରୁତଗତିରେ ଗାଡ଼ି ଚଲାଉଛି ମାତ୍ର ୧୦ବର୍ଷର ବାଳକ

ନୂଆଦିଲ୍ଲୀ: ସଡ଼କ ନିୟମ ନମାନି ଗାଡ଼ି ଚଲାଉଥିବାର ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଥାଏ। ଏହି ଭିଡିଓ ପୁଲିସ ହାତରେ ପଡ଼ିଲେ ସେ ମୋଟାଅଙ୍କର ଜରିମାନା ବି ଆଦାୟ କରି ନେଇଥାଏ। ତେବେ ବିଭିନ୍ନ ସମୟରେ ଦେଖାଯାଏ ଲୋକମାନେ ସଡ଼କ ନିୟମ ଭଙ୍ଗ କରିବା ସହିତ ନିଜ ଜୀବନକୁ ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇ ରାସ୍ତାରେ ଗାଡ଼ି ଚଲାଇ ଥାଆନ୍ତି।

ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜ‌ଣେ ବାଳକ ବୟସ ୧୦ କି ୧୨ ବର୍ଷ ହେବ। ସେ ତାର ଜେଜେ ମା’ଙ୍କୁ ଦୁଇଚକିଆ ଯାନରେ ବସାଇ ଦ୍ରୁତଗତିରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ସେହି ରାସ୍ତା ଦେଇ ଯାଉଥିବା କେହି ଜଣେ ଯାତ୍ରୀ ‌ରେକର୍ଡ କରିଥିବା ଜଣାପଡ଼ିଛି। କାହିଁକି ନା ଭାଇରାଲ ହୋଇଥିବା ଭିଡିଓରେ ଗାଡ଼ି ଚଲାଉଥିବା ଉକ୍ତ ବାଳକକୁ ଦେଖି କେହି ଜଣେ କହୁଛନ୍ତି ଧୀରେ ଚଲାରେ ବାବୁ…. ଗାଡ଼ି ଟିକେ ଧୀରେ ଚଲା….

ଏହା ଶୁଣି ବାଳକ ଜଣକ ହସି ଦେଉଛନ୍ତି। କିନ୍ତୁ ସେ ତାଙ୍କର ଗାଡ଼ିର ବେଗକୁ କମ କରୁ ନାହାନ୍ତି। ବୃଦ୍ଧାଙ୍କୁ ପଛରେ ବସାଇ ରାସ୍ତାରେ ସେମିତି ମାଡ଼ି ଚାଲୁଛନ୍ତି। ନା ସେ ହେଲମେଟ ପିନ୍ଧିଛନ୍ତି ନା ତାଙ୍କ ପଛରେ ବସାଇଥିବା ବୃଦ୍ଧା ମା’ଙ୍କୁ ହେଲମେଟ ପିନ୍ଧାଇଛନ୍ତି।

ଏହି ଘଟଣାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ବେଳେ ବିଭିନ୍ନ ଲୋକ ଅନେକ ପ୍ରତିକ୍ରିୟା ବି ଦେଇଛନ୍ତି। ଏହି ଘଟଣା ପାଇଁ ପିଲାଟିର ବାପା ଓ ମା’ଙ୍କୁ ଦୋଷ ଦେଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe