ଦୁଇଟି ଗୋଡ଼ ଅଚଳ ହୋଇଥିଲେ ବି ସୁନ୍ଦର ଭାବେ କ୍ରିକେଟ ଖେଳୁଛନ୍ତି ବାଳକ, ଭିଡିଓ ସେୟାର କଲେ ସଚିନ୍‌ ତେନ୍ଦୁଲକର

Advertisment
ଦୁଇଟି ଗୋଡ଼ ଅଚଳ ହୋଇଥିଲେ ବି ସୁନ୍ଦର ଭାବେ କ୍ରିକେଟ ଖେଳୁଛନ୍ତି ବାଳକ, ଭିଡିଓ ସେୟାର କଲେ ସଚିନ୍‌ ତେନ୍ଦୁଲକର

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ନୂଆବର୍ଷ ଅବସରରେ ଏକ ପ୍ରେରଣାଦାୟକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମଡ୍ଡାରାମ କଓ୍ଵାସି ନାମକ ଜଣେ ବାଳକ ଦିବ୍ୟାଙ୍ଗ ହୋଇ ବି କିଭଳି ସୁନ୍ଦର ଭାବେ କ୍ରିକେଟ ଖେଳି ପାରୁଛନ୍ତି ତାହା ଦେଖିବାକୁ ମିଳୁଛି।

publive-image latestly

କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଏହି ଭିଡିଓ ସେୟାର କରିବା ପରେ ମାଓବାଦୀ ପ୍ରଭାବିତ ଦନ୍ତେଓ୍ଵାଡା ଜିଲ୍ଲାର କଟେକଲ୍ୟାଣ ବିକାଶଖଣ୍ଡର ବେଙ୍ଗଲୁର ପଞ୍ଚାୟତରେ ବସବାସ କରୁଥିବା ମଡ୍ଡାରାମ କହନ୍ତି, ମୁଁ ୭ମ ଶ୍ରେଣୀରେ ପାଠପଢ଼େ। ମୋର ପିତା ଡୋମାରାମ କବାସୀ ପେସାରେ ଜଣେ ଚାଷୀ । ପିଲାଟି ଦିନରୁ ମୋର ଦୁଇଟିଯାକ ଗୋଡ ଅଚଳ । କ୍ରିକେଟ ପ୍ରତି ମୋର ଅହେତୁକ ଦୁର୍ବଳତା ରହିଛି। ଦୁଇବର୍ଷ ହେବ ସାଙ୍ଗମାନଙ୍କ ସହ ମୁଁ କ୍ରିକେଟ ଖେଳି ଆସୁଛି। ମୁଁ ଆଣ୍ଠେଇ ଆଣ୍ଠେଇ ରନ୍‌ ନେଇ ଥାଏ।

ମୋର ଏହି ଖେଳିବା ସମୟର ଭିଡିଓକୁ କୋସା, ରାଜା ଓ ଅନ୍ୟ ସାଙ୍ଗମାନେ କ୍ୟାମେରାରେ କୈଦ କରିଥିଲେ। ମୋର ସାଙ୍ଗମାନେ ମୋତେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ କରିଥାଆନ୍ତି। ଏତଦ୍ ଦ୍ୱାରା ମୋର ଆତ୍ମବିଶ୍ୱାସ ବଢ଼ିଥାଏ। ଭବିଷ୍ୟତରେ ପାଠପଢ଼ି ଡାକ୍ତର ହେବାର ଆଶା ରଖିଛି। ଆଣ୍ଠେଇ ଆଣ୍ଠେଇ କ୍ରିକେଟ ଖେଳିବାର ମୋର ଏହି ଭିଡିଓକୁ ସଚିନ୍ ତେନ୍ଦୁଲକର ସେୟାର କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe