ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ୯ ବର୍ଷୀୟ ବାଳକର ଜୀବନ

Advertisment
ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ୯ ବର୍ଷୀୟ ବାଳକର ଜୀବନ

www.india.com

ଭାଇରାଲ୍‌ ଭିଡିଓ: ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ୯ ବର୍ଷର ବାଳକର ଜୀବନ ବଞ୍ଚିଯାଇଛି। ବିଳକଟି ଏକ ବଟଲ୍‌ କ୍ୟାପ୍‌କୁ ତଣ୍ଟି ପର୍ଯ୍ୟନ୍ତ ଗିଳି ଦେଇଥିବା ବେଳେ ତାଙ୍କ ପେଟ ଚିପି ତାହାକୁ ବାହର କରିଛନ୍ତି ଶ୍ରେଣୀରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ। ଏହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଶିକ୍ଷୟିତ୍ରୀଙ୍କୁ ସଭିଏଁ ଭୂରି ଭୂରି ପ୍ରଶାଂସା କରିଛନ୍ତି।

ସଂପୂର୍ଣ୍ଣ ଘଟଣାଟି ସ୍କୁଲ୍‌ର ସିସିଟିଭିରେ ରେକର୍ଡ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ବାଳକ ଜଣକ ପାଣି ପିଇବା ପାଇଁ ବଟଲର କ୍ୟାପ୍‌କୁ ଦାନ୍ତରେ ଖୋଲିବାକୁ ଚେଷ୍ଟା କରୁଛି। ସେ କ୍ୟାପ୍‌ ‌ଖୋଲୁ ଖୋଲୁ କ୍ୟାପ୍‌ଟି ହଠାତ ତା ପାଟି ଭିତରକୁ ଖସିଯାଉଛି। ବାଳକ ଜଣକ କିଛି ଉପାୟ ନପାଇ ଶ୍ରେଣୀ ଗୃହରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀଙ୍କ ପାଖକୁ ଧାଇଁ ଯାଇ ସବୁ କହୁଛି। ଶିକ୍ଷୟିତ୍ରୀ ଜଣକ ହଠାତ ବାଳକର ପେଟକୁ ଚିପି ଧରି ତଣ୍ଟି ପାଖରୁ ଆଉଁସି ଆଉଁସି କ୍ୟାପ୍‌ଟିକୁ କାଢ଼ି ଦଉଛନ୍ତି। ତାପ’ରେ ଏକ ଟିସ୍ୟୁ ଆଣି ବାଳକର ମୁହଁକୁ ପୋଛି ଦେଉଛନ୍ତି।

ବାଳକର ନାଁ ରୋବର୍ଟ। ସେ ନ୍ୟୁ ଜର୍ସିର ଏକ ସ୍କୁଲ୍‌ରେ ପାଠ ପଢ଼ନ୍ତି। ସ୍କୁଲ୍‌ରେ ଗଣିତ କ୍ଲାସ୍‌ ଚାଲିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଶିକ୍ଷୟିତ୍ରୀ ଜଣକ ଏହି ସ୍କୁଲ୍‌ରେ ୫ ବ‌ର୍ଷ ହେବ ପିଲାଙ୍କୁ ପାଠ ପଢ଼ାଇ ଆସୁଛନ୍ତି। ସମୁଦାୟ ୧୪ ବର୍ଷ ହେବ ସେ ଶିକ୍ଷକତା କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe