ଭାରତ ମୋବିଲିଟି ଏକ୍ସପୋରେ ଭିନ୍‌ଫାଷ୍ଟ ଭିଏଫ୍‌୭

ଭିଏତନାମ୍‌ର ଅଟୋମୋବାଇଲ୍‌ କମ୍ପାନି ଭିନ୍‌ଫାଷ୍ଟ ଭାରତ ଅଟୋ ଏକ୍ସପୋ ୨୦୨୫ ମାଧ୍ୟମରେ ଭିଏଫ୍‌୭ ଇଲେକ୍ଟ୍ରିକ୍‌ ଏସ୍‌ୟୁଭିକୁ ଭାରତୀୟ ବଜାରରେ ପ୍ରବେଶ କରାଇଛି। ଭିଏଫ୍‌୭ର ପ୍ରାରମ୍ଭିକ ମୂଲ୍ୟ (ଏକ୍ସ ସୋ’ରୁମ୍‌) ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

dgdddg

 ଭିଏଫ୍‌୭ ହେଉଛି ଏକ ୫-ସିଟର୍‌ ଅଲ୍‌-ଇଲେକ୍ଟ୍ରିକ୍‌ ଏସ୍‌ୟୁଭି। ଏହାର ଇକୋ ଓ ପ୍ଲସ୍‌ ପରି ଦୁଇଟି ଟ୍ରିମ୍‌ ରହିଛି। ଉଭୟ ୭୫.୩ କିଲୋୱାଟ୍‌ ବ୍ୟାଟେରି ପ୍ୟାକ୍‌ ଦ୍ୱାରା ଚାଳିତ।

ଇକୋ ଟ୍ରିମ୍‌ରେ ଏକ ସିଙ୍ଗଲ୍‌-ମୋଟର୍‌, ଫ୍ରଣ୍ଟ୍-ହ୍ୱିଲ୍‌-ଡ୍ରାଇଭ୍‌ ରହିଛି। ଥରେ ଚାର୍ଜକଲେ ଏହା ୪୫୦ କିଲୋମିଟର୍‌ ପର୍ଯ୍ୟନ୍ତ ଯିବ ବୋଲି କମ୍ପାନି କହିଛି। ସେହିପରି ପ୍ଲସ୍‌ ଟ୍ରିମ୍‌ରେ ଡୁଆଲ୍‌-ମୋଟର୍‌, ଅଲ୍‌-ହ୍ୱିଲ୍‌-ଡ୍ରାଇଭ୍‌ ସେଟ୍‌ଅପ୍‌ ରହିଛି। ଏହା ଥ‌ରକେ ଚାର୍ଜରେ ୪୩୧ କିଲୋମିଟର୍‌ ପର୍ଯ୍ୟନ୍ତ ଗଡ଼ିଥାଏ। ଭିଏଫ୍‌୭ରେ ଓଟିଏ ଅପଡେଟ୍‌ ସହିତ ଇକୋ ଟ୍ରିମ୍‌ରେ ୧୨.୯ ଇଞ୍ଚ ଓ ପ୍ଲସ୍‌ ଟ୍ରିମ୍‌ରେ ୧୫-ଇଞ୍ଚର ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍‌ ରହିଛି।  ଉଭୟ ଟ୍ରିମ୍‌ରେ ଲେଭଲ୍‌ ୨ ADAS ସହିତ ଲେନ୍‌ ସେଣ୍ଟ୍ରିଂ ଆସିଷ୍ଟ୍‌, ଆଡାପ୍‌ଟିଭ୍‌ କ୍ରୁଜ୍‌ କଣ୍ଟ୍ରୋଲ୍‌ ଓ ଏମର୍‌ଜେନ୍‌ସି ଲେନ୍‌ କିପ୍‌ ଆସିଷ୍ଟ୍‌ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
  
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe