ଚକୋଲେଟ୍‌ରେ କେଶ ସଜାଇ ଭାଇରାଲ୍‌ ହେଲେ କନ୍ୟା, ପ୍ରାଥମିକ ସ୍କୁଲ୍‌ରୁ ବୁଲିଆସ ବୋଲି କମେଣ୍ଟ୍‌ ଦେଲେ ବ୍ୟବହାରକାରୀ

ଚକୋଲେଟ୍‌ରେ କେଶ ସଜାଇ ଭାଇରାଲ୍‌ ହେଲେ କନ୍ୟା, ପ୍ରାଥମିକ ସ୍କୁଲ୍‌ରୁ ବୁଲିଆସ ବୋଲି କମେଣ୍ଟ୍‌ ଦେଲେ ବ୍ୟବହାରକାରୀ

www.india.com

ନୂଆଦିଲ୍ଲୀ: ଭାରତୀୟ ବିବାହ ପ୍ରତି ସମ୍ମାନ ବିଶ୍ବ ସାରା ଲୋକଙ୍କ ମଧ୍ୟରେ ରହିଛି। ଅଧିକାଂଶ ସମୟରେ ଅନ୍ୟ ଦେଶର କିଛି ଲୋକ ଆମ ଦେଶକୁ ଆସି ଆମ ଶୈଳୀରେ ବିବାହ କରିଥିବାର ଉଦାହରଣ ବି ରହିିଛି। ବିବାହ ଯୋଜନା କରିବାକୁ ଆମକୁ ମାସ ମାସ ସମୟ ଲାଗିଯାଏ। ସାଜସଜ୍ଜାଠାରୁ ଆରମ୍ଭ କରି ଭୋଜନ ବ୍ୟବସ୍ଥା, ଅତିଥି ତାଲିକା, ବିବାହ ପୋଷାକ ଆଦି ବାଛିବାକୁ ଯେତେ ସମୟ ଥିଲେ ବି କମ୍‌ ଲାଗେ।

ତେବେ ବିବାହରେ ସାଜସଜ୍ଜାର ଗୁରତ୍ବ ବେଶ୍‌ ଅଧିକ ରହିଥାଏ। ନିକଟରେ ‌ଜଣେ କନ୍ୟାଙ୍କ କେଶ ବିନ୍ୟାସର ଭିଡିଓ ଭାଇରାଲ୍‌ ହୋଇଛି। କନ୍ୟା ଜଣକ ବିଭିନ୍ନ ପ୍ରକାରର ଚକୋଲେଟ୍‌ରେ ନିଜ କେଶକୁ ସଜାଇଥିବା ବେଳେ କାନରେ ଓ ବେକରେ ବି ଚକୋଲେଟ୍‌ର ଅଳଙ୍କାର ପିନ୍ଧିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛି।

ଅବଶ୍ୟ ଏହା ଏକ ପୁରୁଣା ଭିଡିଓ। ମାତ୍ର ସୋସିଆଲ୍‌ ମିଡିଆରେ ଏହା ଏଇ କିଛି ଦିନ ‌ହେବ ଭାଇରାଲ୍‌ ହୋଇଛି। କନ୍ୟ‌ା ଜଣକ କିଟ୍‌କାଟ୍‌ରୁ ନେଇ ୫ ଷ୍ଟାର୍‌, ମିଲ୍‌କବାର୍‌ ଓ ଫେରୋର୍ ରୋଚର୍‌ ପରି ଚକୋଲେଟ୍‌କୁ ବ୍ୟବହାର କରି ସଜ ହୋଇଛନ୍ତି। ଯଦିଓ ଆପଣ ପ୍ରାୟତଃ ଫୁଲରେ ସୁସଜ୍ଜିତ କେଶ ବିନ୍ୟାସ ଦେଖିଥିବେ, ତେବେ ଏହି କେଶ ସଜା ବେଶ ସ୍ବତନ୍ତ୍ର ଦିଶୁଛି।

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାହାକୁ ଏବେ ସୁଦ୍ଧା ୭୭୧ ହଜାର ଭିୟୁ ଓ ୭.୩ ହଜାରକୁ ଅଧିକ ଲାଇକ୍‌ ମିଳି ସାରିଲାଣି। ୨୦୦ରୁ ଅଧିକ ବ୍ୟବହାରକାରୀ ଭିଡିଓଟିରେ କମେଣ୍ଟ୍‌ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଏକ ଖୁବ୍ ମଜାଦାର କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, ‘କନ୍ୟାଙ୍କୁ ଏହି ବେଶରେ ପ୍ରାଥମିକ ସ୍କୁଲ୍‌ ପରିସରକୁ ଯିବା ଉଚିତ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe