ପଥରରେ ଛେଚି ଫୋନ୍‌ ଭାଙ୍ଗିବାକୁ ଚାହୁଁଥିଲେ ଯୁବକ, ଲାଗିଗଲା ନିଆଁ

Advertisment
ପଥରରେ ଛେଚି ଫୋନ୍‌ ଭାଙ୍ଗିବାକୁ ଚାହୁଁଥିଲେ ଯୁବକ, ଲାଗିଗଲା ନିଆଁ

ଭାଇରାଲ୍‌ ଭିଡିଓ: ସୋସିଆଲ୍‌ ମିଡିଆରେ ଲୋକପ୍ରିୟତା ଅର୍ଜନ କରିବା ପାଇଁ ଲୋକ ବିଭିନ୍ନ ରକମର ଭିଡିଓ ବନାଇଥାନ୍ତି। ବେ‌ଳେ ଏହି ଲୋକପ୍ରିୟତା ପାଇଁ ବ୍ୟବହାରକାରୀମାନେ ନିଜର କ୍ଷତି କରିବାକୁ ବି ପଛାନ୍ତି ନାହିଁ।

ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଏବେ ସମସ୍ତଙ୍କୁ ଧରିଛି ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ ନିଶା। ଅନେକ ଜଣ ଏବେ ଇନ୍‌ଷ୍ଟା ରିଲ୍‌ସ ବନାଇ ରାତାରାତି ଷ୍ଟାର୍‌ ହେଉଥିବା‌ ବେଳେ ଆହୁରି ଅନେକ ଜଣ ଏହି ଚେଷ୍ଟାରେ ଦିନରାତି ଲାଗି ରହୁଛନ୍ତି।

ନିକଟରେ ଏକ ଭିଡିଓ ଖୁବ୍ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଜଣେ କମ୍‌ ବୟସର ଯୁବକ ନିଜ ଫୋନ୍‌କୁ ଏକ ବଡ଼ ପଥର ଉପରେ ରଖି ଅନ୍ୟ ଏକ ପଥର ସାହାଯ୍ୟରେ ଛେଚିକି ଭାଙ୍ଗୁଥିବାର ଦେଖିବାକୁ ମିଳିଛନ୍ତି। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯୁବକ ଜଣକ ଫୋନ୍‌କୁ ଛେଚିବା ପରେ ସେଠାରୁ ନିଆଁ ବାହାରୁଛି। ତା’ପରେ ତାଙ୍କ ଫୋନ୍‌ଟି ପୂରାପୂରି ଭାବେ ଜଳିଯାଉଛି। ନିଆଁ ବାହାରିବା ମାତ୍ରେ ଯୁବକ ଜଣକ ସେଠୁ ଉଠି ଦୂରକୁ ଘୁଞ୍ଚି ଯାଉଛନ୍ତି।

ଏହି ଭିଡିଓ ଦେଖିବା ପରେ ଏଥିରେ ବହୁ ବ୍ୟବହାରକାରୀ କମେଣ୍ଟ୍‌ ଦେଇଛନ୍ତି। ଅଧିକାଂଶ ବ୍ୟବହାରକାରୀ ଯୁବକଙ୍କର ଏହି ଫୋନ୍ ଛେଚା ଭିଡିଓରେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଲାଗୁଛି କୋଟିପତି ଛୁଆ। ନହେଲେ ମଙ୍ଗଳରେ ଜାଗା ବିକ୍ରି କରି ପୃଥିବୀକୁ ଓହ୍ଲାଇ ଆସିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe