ଗାନ୍ଧୀନଗର: ରଂଗର ପର୍ବ ହୋଲିକୁ ଭାରତର କୋଣଅନୁକୋଣରେ ପାଳନ କରାଯାଏ। ଏହି ପର୍ବରେ ଲୋକେ ପରସ୍ପରଙ୍କୁ ରଂଗ ବୋଳିବା ସହ ମିଠା ଖାଇ, ଥଣ୍ଡା ପାନୀୟ ପିଇ, ବୁରା ନା ମାନୋ ହୋଲି ହେ କହି ଖୁସି ମନାଇଥାନ୍ତି। ଆପଣମାନେ ସମସ୍ତେ ରଂଗରେ ହୋଲି ଖେଳୁଥିବାର ଦୃଶ୍ୟ ଦେଖିଥିବେ ହେଲେ କେବେ ଫୁଲରେ ହୋଲି ଖେଳିବାର ଦେଖିଛନ୍ତି କି?
ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁରୁରାଟର ଭଦୋଦରାରେ। ଏଠାରେ ଥିବା ଏକ ସ୍କୁଲ୍ରେ ଛାତ୍ରଛାତ୍ରୀମାନେ ମାର୍ଚ ୧୭ ତାରିଖରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଫୁଲରେ ହୋଲି ଖେଳୁଥିବା ଦେଖିବାକୁ ମିଳିଛି।
ଏ ନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ପିଲାମାନେ ଜାହ୍ନବୀ କପୁର ଓ ଈଶାନଙ୍କ ଚଳଚ୍ଚିତ୍ର ‘ଧଡ଼କ’ର ‘ଜିଙ୍ଗାତ୍’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ହୋଲି ଖେଳୁଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2022/03/Holi-With-Flower_2-300x169.jpg)
ସେମାନେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଥିବାର ଭିଡିଓରେ ନଜର ଆସିଛନ୍ତି। ତେବେ ପିଲାମାନେ ନାଚୁଥିବା ବେଳେ ସ୍କୁଲ୍ର ଶିକ୍ଷକ ମଧ୍ୟ ସେମାନଙ୍କୁ ଉତ୍ସାହିତ କରିବାକୁ ସେମାନଙ୍କ ଉପରେ ଫୁଲ ବୃଷ୍ଟି କରୁଥିବା ଦେଖିବାକୁ ମିଳିଛି।
Follow Us