ସୋସିଆଲ ମିଡିଆରେ ଭାଇରାଲ ହେଲା କୁନି ଶିଶୁର ଚମତ୍କାର ବ୍ୟାଟିଂର ଭିଡିଓ: ଦ୍ବିତୀୟ ସଚ୍ଚିନ ତେନ୍ଦୁଲକର ଜନ୍ମ ନେଇଥିବା କହି ଲୋକେ କଲେ ପ୍ରଶଂସା

Advertisment
ସୋସିଆଲ ମିଡିଆରେ ଭାଇରାଲ ହେଲା କୁନି ଶିଶୁର ଚମତ୍କାର ବ୍ୟାଟିଂର ଭିଡିଓ:  ଦ୍ବିତୀୟ ସଚ୍ଚିନ ତେନ୍ଦୁଲକର ଜନ୍ମ ନେଇଥିବା କହି ଲୋକେ କଲେ ପ୍ରଶଂସା

ndtv.com

ନୂଆଦିଲ୍ଲୀ : ଜଣଙ୍କୁ ସାରା ବିଶ୍ବରେ ଚର୍ଚ୍ଚିତ କରିବା ପାଇଁ ଏବେ ସୋସିଆଲ ମିଡିଆ ବଡ଼ ମାଧ୍ୟମ ପାଲଟିଛି। ଜଣେ ସାଧାରଣ ଲୋକ ରାତାରାତି ଲୋକପ୍ରିୟ ହେବାର ଅନେକ ଉଦାହରଣ ପୂର୍ବରୁ ଆମେ ଦେଖିଥିବା ବେଳେ ଏବେ ଟୁଇଟରରେ ଏକ ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଶିଶୁଟିର ବ୍ୟାଟିଂର ଶୈଳୀ ଦେଖି ଏବେ ସାରା ଦେଶ ସ୍ତବ୍ଧ ହୋଇଛି। ଏତେ କମ ବୟସରୁ କ୍ରିକେଟ ବିଷୟରେ ଏତେ ଜ୍ଞାନ ରଖିବା ଏବଂ ଏଭଳି ବ୍ୟାଟିଂ କରିବାର କଳାକୁ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

ଫକ୍ସ କ୍ରିକେଟ ଶିଶୁଟିର ଭିଡିଓ ଟୁଇଟ୍ କରିଥିବା ବେଳେ କ୍ୟାପସନରେ ଲେଖାଯାଇଛି କି, ଏବେ ଡାଏପରରେ ଥାଇ ମଧ୍ୟ କ୍ରିକେଟ୍ ଟେକନିକରେ ଅନେକ କ୍ଲବ୍ କ୍ରିକେଟରଙ୍କୁ ପଛରେ ପକାଇଛନ୍ତି। ଭିଡିଓଟି ଟୁଇଟ୍ କରାଯିବା ପରେ ତାହା ଭାଇରାଲ ହେବାରେ ଲାଗିଥିଲା। ସମସ୍ତଙ୍କୁ ଶିଶୁଟିର ବ୍ୟାଟିଂ ଭିଡିଓ ପସନ୍ଦ ଆସୁଥିବା ବେଳେ ଲୋକେ ଏହାକୁ ରି-ଟୁଇଟ୍ କରିବାରେ ଲାଗି ପଡ଼ିଥିଲେ। କିଛି ଲୋକ ଶିଶୁଟିକୁ ଷ୍ଟିଭ୍ ସ୍ମିଥଙ୍କ  ସହ ତୁଳନା କରିଥିବା ବେଳେ କିଛି ସଚ୍ଚିନ ତେନ୍ଦୁଲକରଙ୍କ ଦ୍ବିତୀୟ ଜନ୍ମ ହୋଇଛି ବୋଲି କହିବା ମଧ୍ୟ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe