ଇନ୍‌ଷ୍ଟାରେ ବୁଲୁଛି ‘ବଟ୍‌ର ଚିକେନ୍‌ ଆଇସ୍‌କ୍ରିମ୍‌ ଉଇଥ୍‌ ଗ୍ରୀନ୍‌ ଚଟ୍‌ନି’ର ଭିଡିଓ, ସ୍ବାଦ ନେଇ ସମସ୍ତେ ଉତ୍ସୁକ

Advertisment
ଇନ୍‌ଷ୍ଟାରେ ବୁଲୁଛି ‘ବଟ୍‌ର ଚିକେନ୍‌ ଆଇସ୍‌କ୍ରିମ୍‌ ଉଇଥ୍‌ ଗ୍ରୀନ୍‌ ଚଟ୍‌ନି’ର ଭିଡିଓ, ସ୍ବାଦ ନେଇ ସମସ୍ତେ ଉତ୍ସୁକ

ନୂଆଦିଲ୍ଳୀ: ଖାଇବାର ଇଚ୍ଛା ପ୍ରତ୍ୟେକ ମଣିଷ ଭିତରେ ଥାଏ। କିଏ ନିଜେ ରେ‌ାଷେଇ କରି ଖାଇବାକୁ ପସନ୍ଦ କରନ୍ତି, କିଏ ଅନ୍ୟର ହାତରନ୍ଧା ଖାଇବାକୁ ପସନ୍ଦ କରନ୍ତି। କିଏ ପୂର୍ବରୁ ଖାଇ ଆସୁଥିବା ଖାଦ୍ୟ ସବୁକୁ ବାରମ୍ବାର ଖାଇବାକୁ ପସନ୍ଦ କରନ୍ତି ତ ପୁଣି କିଏ ନୂଆ ନୂଆ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଖାଦ୍ୟକୁ ନେଇ ପରୀକ୍ଷା ନିରୀକ୍ଷା କରନ୍ତି। କେଉଁ ଖାଦ୍ୟ ସହ କ’ଣ ମିଶାଇ କଲେ ଭଲ ଲାଗିବ ସେପରି ଚିନ୍ତା କରି ନୂଆ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରନ୍ତି। ବେଳେ ବେଳେ ତାହା ଚମତ୍କାର ଫଳ ପ୍ରଦାନ କରେ ତ ବେଳେ ବେଳେ ତାହା ଅତି ବେକାର୍‌ ଲା‌ଗେ।

ନିକଟରେ ଇଣ୍ଟର୍‌ନେଟ୍‌ରେ ଏକ ଖାଦ୍ୟ ଭିଡିଓ ଭାଇରାଲ୍‌ ହୋଇଛି। ଯାହାର ନାଁ ଶୁଣିବା ପରେ ବି ଆପଣଙ୍କ ନାକ ଟେକି ହୋଇ ଯାଇପାରେ। ଖାଦ୍ୟଟିର ନାଁ ହେଉଛି ‘ବଟ୍‌ର ଚିକେନ୍‌ ଆଇସ୍‌କ୍ରିମ୍‌ ଉଇଥ୍‌ ଗ୍ରୀନ୍‌ ଚଟ୍‌ନି’।

ଏହି ଭିଡିଓଟିକୁ ଇନ୍‌ଷ୍ଟାରେ ପୋଷ୍ଟ୍‌ କରିଛି ‘ଫୁଡ୍‌ଭୁଡ୍‌ଇଣ୍ଡିଆ’ ନାମକ ଏକ ଆକାଉଣ୍ଟ୍‌। ଭିଡିଓରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭିଡିଓଟିର ଏବେ ସୁଦ୍ଧା ୧ ଲକ୍ଷ ଭିୟୁ ହୋଇ ସାରିଲାଣି।

ଭିଡିଓଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ସେଫ୍‌ ଜଣକ ଏକ ପାତ୍ରରୁ ବଟର୍‌ ଚିକେନ୍‌ ଆଇସ୍‌କ୍ରିମ୍‌ କାଢ଼ି ଅନ୍ୟ ଏକ ଛୋଟ ପାତ୍ରରେ ରଖୁଛନ୍ତି। ତାହା ଉପରେ ଟିକେ ଚଟନ୍‌ ଢ଼ାଳି ତାହାକୁ ଗ୍ରାହକଙ୍କୁ ପରଷୁଛନ୍ତି।

ଏହି ଭିିଡିଓଟି ଦେଖିବା ପରେ ଏହି ନିଆରା ଡିସ୍‌ଟି କିପରି ଲାଗୁଛି ବୋଲି ଜାଣିବା ପାଇଁ ଅନେକ ବ୍ୟବହାରକାରୀ କମେଣ୍ଟ୍‌ ବକ୍ସରେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe