ନଡ଼ିଆ ଗଛକୁ ଚଢ଼ିବା ବେଳେ କଲରାପତରିଆ ବାଘର ଭିଡିଓ ଭାଇରାଲ୍‌

Advertisment
ନଡ଼ିଆ ଗଛକୁ ଚଢ଼ିବା ବେଳେ କଲରାପତରିଆ ବାଘର ଭିଡିଓ ଭାଇରାଲ୍‌

ନାସିକ: ନଡ଼ିଆ ଗଛ ଉପରକୁ ଏକ କଲରାପତରିଆ ବାଘ ଚଢୁଥିବା ବେଳର ଭିଡିଓ ‌ଏବେ ଖୁବ୍‌ ଜୋର୍‌ରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ଦେଖିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏକଦମ ଚକିତ ହୋଇ ଯାଇଛନ୍ତି। ଏହି ଭିଡିଓଟିକୁ ପ୍ରଥମେ ଟ୍ବିଟର୍‌ରେ ପୋଷ୍ଟ୍‌ କରିଛନ୍ତି ଭାରତୀୟ ଜଙ୍ଗଲ ସେବା ଅଧିକାରୀ ପରବୀନ କସୱାନ। ଭିଡିଓଟିର ଏବେ ସୁଦ୍ଧା ୬୭ ହଜାର ଭିୟୁ ହୋଇ ସାରିଲାଣି।

ସେ ଭିଡିଓଟିକୁ ପୋଷ୍ଟ୍‌ କରିବା ସହ ସେଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ଏହି ବିରାଡ଼ି ପ୍ରଜ‌ାତିଙ୍କ ଦକ୍ଷତାକୁ ଦେଖ। ସେଥିପାଇଁ ଭାରତରେ କଲରାପତରିଆ ବାଘ ସର୍ବତ୍ର ଅଛନ୍ତି।’

ସେ ତାଙ୍କର ପରବର୍ତ୍ତୀ ଟ୍ବିଟ୍‌ରେ ଲେଖିଛନ୍ତି, ‘କଲରାପତରିଆ ବାଘମାନେ କୌଣସି ବି ସ୍ଥାନରେ ନିଜକୁ ଖାପ ଖୁଆଇ ଚଳିପାରନ୍ତି। ରାଜସ୍ଥାନର ସୁଖିଲା ଜଙ୍ଗଲରୁ ନେଇ ଉତ୍ତର-ପୂର୍ବର ଉଚା ଜଙ୍ଗଲ ପର୍ଯ୍ୟନ୍ତ ଏମାନେ ସବୁଠି ତିଷ୍ଠି ପାରନ୍ତି। ମୁମ୍ବାଇ ଓ ଗୁରୁଗ‌୍ରାମରୁ ନେଇ ହିମାଳୟ ପର୍ଯ୍ୟନ୍ତ ସେମାନଙ୍କ ଖାଦ୍ୟ ପରିସର ମଧ୍ୟ ବ୍ୟାପକ ଅଟେ। ଏମାନେ ଖୁବ୍‌ ଶକ୍ତିଶାଳୀ ଓ ଚତୁର।’

ସେ ତାଙ୍କର ଅନ୍ୟ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ‘ସେମାନେ ବିଶେଷ କରି ଚା ଓ ଆଖୁ ବଗିଚାରେ ବେଶି ରହିଥାନ୍ତି। ଚା’ ବଗିଚା ସେମାନଙ୍କର ପ୍ରିୟ ସ୍ଥାନ। ସେମାନେ ଖୁବ୍‌ ସହଜରେ ଛୁଆ କରିପାରନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe