ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ପୋଷ୍ଟ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଏପରି କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଭିଡିଓରେ ଥିବା ଦୃଶ୍ୟକୁ ଦେଖି ଯେପରି ଲାଗେ ଏ ମଣିଷମାନଙ୍କର କ’ଣ ଜୀବନ ପ୍ରତି ବିପଦ ନାହିଁ କି? 

Advertisment

@69apps ନାମକ ଏକ ଆକାଉଣ୍ଟରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛ, ‘ଜଣେ ବ୍ୟକ୍ତି ଏକ ଟୋପି ପିନ୍ଧି ଛିଡା ହୋଇଛନ୍ତି। ପ୍ରଥମରେ ସେ ତାଙ୍କ ମୁହଁ ବନ୍ଦ କରି ରହିଛନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯେତେବେଳେ ହସି ମୁହଁ ଖୋଲି ଦେଉଛନ୍ତି। ତାଙ୍କ ପାଟି ଭିତରୁ ଗୋଟିଏ ପରେ ଗୋଟିଏ ଏପରି ୧୨ରୁ ଅଧିକ ବିରୁଡ଼ି ବାହାରୁ ଥିବା ଦେଖିବାକୁ ମିଳୁଛି। 

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକଲୋକ ଉକ୍ତ ବ୍ୟକ୍ତିଙ୍କ କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ‘ ଏଭଳି କାମ ମୁର୍ଖତାର ପରିଚୟ। ଭିୟୁ ପାଇଁ କିଏ କ’ଣ ନିଜ ଜୀବନକୁ ବା‘ଜି ଲଗାଇ ପାରେ। ତୁମର ସିନା ତୁମ ଜୀବନ ପ୍ରତି ଲୋଭ ନାହିଁ କିନ୍ତୁ ତୁମକୁ ଜନ୍ମ ଦେଇଥିବା ବାପା ଓ ମା’ଙ୍କ କଥା ଥରେ ଚିନ୍ତା କରି ଦେଖନ୍ତୁ।

ଅଧିକପଢ଼ନ୍ତୁ:paul collingwood: ଇଂଲଣ୍ଡ କ୍ରିକେଟ ଟିମର ହୃଦସ୍ପନ୍ଦନ କୁହାଯାଉଥିବା ଅଧିନାୟକଙ୍କ ଅଶ୍ଳୀଳ ଅଡିଓ ଲିକ୍

ଆପଣମାନଙ୍କୁ ଅନୁରୋଧ କି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଷ୍ଟଣ୍ଟ ପ୍ରତି ସତର୍କ ରୁହନ୍ତି। କଦାପି ଆପଣମାନେ ଏଭଳି ଷ୍ଟଣ୍ଟକୁ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ଅଧିକପଢ଼ନ୍ତୁ:Tejas Mk1A Fighter Jet: ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଯୁଦ୍ଧ ବିମାନ

viral video| wasp inside mouth