ନୂଆଦିଲ୍ଲୀ: ବିଶ୍ୱକପ୍ ବିଜୟୀ ଅଧିନାୟକ ପଲ କଲିଂଉଡଙ୍କ ମହିଳାଙ୍କ ସହ କଥା ହେଉଥିବାର ଅଶ୍ଳୀଳ ଅଡିଓ ଲିକ୍ ହେବାପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆସେସ୍ ସିରିଜ୍ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି)  ଅଧିନାୟକଙ୍କୁ ବାହାର କରି ଦେଇଛି। କେବଳ ଏତିକି ନୁହେଁ ତଦନ୍ତରୁ ଜଣାପଡ଼ିଛି ଏହି ଘଟଣା ପୂର୍ବରୁ ପଲ କଲିଂଉଡ କୋଟିକୋଟି ଟଙ୍କାର ଟିକସ ଡିଫଲ୍ଟ ମାମଲାର ସାମ୍ନା କରୁଛନ୍ତି। 

Advertisment

ଅଧିକପଢ଼ନ୍ତୁ:BSF Aircraft Unique Restaurant: ଏଣିକି ବିଏସଏଫର ଏହି ଅବସରପ୍ରାପ୍ତ ବିମାନ ଭିତରେ ମିଳିବ ରେସ୍ତୋରାଁ ଓ ରହିବାର ସୁବିଧା

ସୂଚନାଯୋଗ୍ୟ, ଚଳିତ ବର୍ଷ ମଇ ୨୨ ତାରିଖରୁ ଜାତୀୟ ପ୍ରଶିକ୍ଷକ ଦଳରେ ପଲ କଲିଂଉଡଙ୍କୁ ଦେଖିବାକୁ ମିଳିନାହିଁ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଟେଷ୍ଟରୁ ଓହରି ଯାଇଥିଲେ। ଏହାରି ଭିତରେ ମହିଳାଙ୍କ ସହ କଥା ହେଉଥିବାର ଅଶ୍ଳୀଳ ଅଡିଓ ଲିକ୍ ହେବା ପରେ ତାଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆସେସ୍ ସିରିଜ୍ ପାଇଁ ପ୍ରଶିକ୍ଷକ ଦଳରେ ସାମିଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ନି‌ଷ୍ପତ୍ତି ପଲ କଲିଂଉଡଙ୍କୁ କଡ଼ା ଝଟକା ଦେଇଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଅଧିନାୟକଙ୍କ କୌଣସି ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସି ନଥିଲା।

ଲିକ୍ ହୋଇଥିବା ଭଏସ୍ ନୋଟରେ ଉଲ୍ଲେଖ କରାଯାଇଛି କି କଲିଂଉଡ ଅନେକ ମହିଳାଙ୍କ ସହ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା ହୋଇଛନ୍ତି। ମାମଲାର ତଦନ୍ତ ଚାଲିଛି।

ଅଧିକପଢ଼ନ୍ତୁ:+2 examinations Dates: ଫେବ୍ରୁଆରି ୧୫ ତାରିଖରୁ ୨୫ ତାରିଖ ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା

ଇଂଲଣ୍ଡରର ୨୦୦୫ମସିହାର ଆସେସ୍ ଦଳର ସଦସ୍ୟ ତଥା ଦେଶକୁ ପ୍ରଥମ ବିଶ୍ୱକପ୍ ବିଜୟୀ କରାଇଥିବା ଅଧିନାୟକ ପଲ କଲିଂଉଡ ଏବେ ହିରୋରୁ ଜିରୋ ହୋଇଛନ୍ତି।  ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୧୦ ରେ ଟି୨୦ଆଇ ବିଶ୍ୱକପ୍ ଜିତିଥିଲା।

ଅଧିକପଢ଼ନ୍ତୁ:Man Hiding Wasp Mouth: ହସିହସି ଖୋଲିଦେଲେ ପାଟି... ମୁହଁ ଭିତରୁ ବାହାରି ପଡ଼ିଲେ ଅନେକ ବିରୁଡ଼ି

paul collingwood|audio-leak