ଭୁବନେଶ୍ବର: ଯୁକ୍ତ ଦୁଇ ପଢୁଥିବା ଛାଛାତ୍ରୀମାନଙ୍କ ଘୋଷଣା ହେଲା ପରୀକ୍ଷା ତାରିଖ। ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ। ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ ।
ଆହୁରି ପଢ଼ନ୍ତୁ:Pakistan's War Strategy: ଆମେ ଏକା ସାଙ୍ଗରେ ଆଫ୍ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ଖ୍ୱାଜା ଆସିଫ୍
ଡିସେମ୍ବର ୨୨ରୁ ୩୧ ଭିତରେ ହେବ ଇଣ୍ଟରନାଲ ପରୀକ୍ଷା
ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଭିତରେ ହେବ। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରି ୧୦ରୁ ୧୫ ତାରିଖ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ।
ଆହୁରି ପଢ଼ନ୍ତୁ:Raped Murdered: ଓଡ଼ିଆ ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ଜାନୁଆରି ୨ରୁ ୧୫ ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା
ଏଣେ ଜାନୁଆରି ୨ରୁ ୧୫ ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏକ୍ସ ରେଗୁଲାର ଫର୍ମ ଫିଲ ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏଁ ଚାଲିବ। ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ତାରିଖ ଯାଏ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ନୂଆ୮୯ଟି ପରୀକ୍ଷା ସେଣ୍ଟର ଅପଗ୍ରେଡ ସ୍କୁଲରେ ହେବ। ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ।
+2 examinations
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/17/relese-2025-10-17-13-58-51.jpg)