ଦୁର୍ଘଟଣାଗ୍ରସ୍ତ ହୋଇ ସ୍କୁଟି ଡ୍ରାଇଭର୍‌ ତଳେ ପଡ଼ିଥିବା ବେଳେ ଗାଡ଼ି ନେଇ ପଳଉଥିଲା ଚୋର, ଆଉ ତା’ପରେ...

Advertisment
ଦୁର୍ଘଟଣାଗ୍ରସ୍ତ ହୋଇ ସ୍କୁଟି ଡ୍ରାଇଭର୍‌ ତଳେ ପଡ଼ିଥିବା ବେଳେ ଗାଡ଼ି ନେଇ ପଳଉଥିଲା ଚୋର, ଆଉ ତା’ପରେ...

ଭାଇରାଲ୍‌ ଭିଡିଓ: ଆପଣ ପିଲାଟି ବେଳରୁ ଶୁଣିଥିବ‌େ ଯେ ଭଗବାନ ଆମର ସମସ୍ତ କର୍ମକୁ ଦେଖନ୍ତି। ଉଚିତ ସମୟରେ ଆମ କର୍ମର ଫଳ ଆମକୁ ମିଳି ଯାଇଥାଏ। ସେହି କଥାଟି ସତ ବୋଲି ପ୍ରମାଣିତ ହୋଇଛି। ବେଳେ ବେଳେ ଆମକୁ ଆମ କର୍ମର ଫଳ ସେହି ସଙ୍ଗେ ସଙ୍ଗେ ହିଁ ମିଳିଯାଇଥାଏ।

ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓଟି ଦେଖିବା ପରେ ଆପଣ ବିଶ୍ବାସ କରିବେ ଯେ ସବୁ କର୍ମର ଫଳ ଭଗବାନ ନିଶ୍ଚୟ ଦେଇଥାନ୍ତି। ଭିଡିଓରେ ଦେଖିବାକୁ ମିଳିଛି କି ଜଣେ ଯୁବକ ସ୍କୁଟି ଚଳାଇ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେ ତଳେ ପଡ଼ିଯିବା ବେଳେ ତାଙ୍କ ସ୍କୁଟିଟି ବି ସେଠାରେ ପଡ଼ିଯାଉଛି। କିଛି ଲୋକ ଯୁବକଙ୍କୁ ଉଠାଇବାକୁ ସେଠାରେ ରୁଣ୍ଡ ହୋଇ ଯାଉଛନ୍ତି। ସେହି ସମୟର ସୁବିଧା ନେଇ ଜଣେ ଚୋର ଗାଡ଼ିଟିକୁ ନେଇ ପଳାଇ ଯିବାକୁ ଚେଷ୍ଟା କରୁଛି। ମାତ୍ର ଦଇବ ଦଣ୍ଡକୁ ସେ ମାତ୍ର କିଛି ବାଟ ଗାଡ଼ିଟି ଗଡ଼ାଇବା ପରେ ଗାଡ଼ି ସହ ତଳେ ପଡ଼ିଯାଉଛି। ତା’ପରେ ଲୋକମାନେ ତୁରନ୍ତ ଯାଇ ଉକ୍ତ ଚୋରକୁ ଘେରି ଯାଉଛନ୍ତି।

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହେବା ପରେ ୫୩ ହଜାରରୁ ଅଧିକ ଭିୟୁ ହୋଇ ସାରିଲାଣି। ଭିଡିଓଟିକୁ ‌ଏବେ ସୁଦ୍ଧା ୭,୩୦୦ ଲାଇକ୍‌ ମିଳିସାରିଲାଣି। ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଚୋରଟିର ଏପରି କାଣ୍ଡକୁ ଇନ୍‌ଷ୍ଟା ବ୍ୟବହାରକାରୀମାନେ ଖୁବ୍ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe