ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଦୁଇ ବାଇକ୍ ଆରୋହୀଙ୍କ ଉପରକୁ ଡ଼େଇଁଲା ଚିତାବାଘ, ଭାଇରାଲ ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ...

Advertisment
ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଦୁଇ ବାଇକ୍ ଆରୋହୀଙ୍କ ଉପରକୁ ଡ଼େଇଁଲା ଚିତାବାଘ, ଭାଇରାଲ ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ...

Indiatimes.com

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଚିତାବାଘ କିଭଳି ଦୁଇ ବାଇକ୍ ଆରୋହୀଙ୍କ ଉପରକୁ ଡ଼େଇଁ ପଡ଼ୁଛି, ତାହା ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସୁଥିବା ‌ଦୃଶ୍ୟ ଦେଖି ଲୋକଙ୍କ ଛାତି ଥରି ଉଠୁଥିବା ବେଳେ ଅଳ୍ପକେ ଦୁଇ ଯୁବକ ବଞ୍ଚିଯାଉଥିବାର ଦେଖାଯାଇଛି। ଭିଡିଓଟି ସୁଶାନ୍ତ ନନ୍ଦ ନାମକ ଜଣେ ବନ ବିଭାଗ କର୍ମଚାରୀ ସେୟାର କରିଥିବା ବେଳେ କିଛି ସମୟ ମଧ୍ୟରେ ଏହା ଭାଇରାଲ ହେବାରେ ଲାଗିଛି।

ଟୁଇଟ୍ କରାଯାଇଥିବା ଭିଡିଓରେ ଦେଖାଯାଇଛି କି, ଜଣେ କାର୍ ଆରୋହୀ ଜଙ୍ଗଲ ରାସ୍ତା କଡ଼ରେ ଚିତାବାଘଟିକୁ ଦେଖି ଅଟକିଛନ୍ତି। ଚାଳକଜଣଙ୍କ ହିଁ ଭିଡିଓ ଉତ୍ତୋଳନ କରିଥିବା ବେଳେ ଭିଡିଓରେ ରାସ୍ତା କଡ଼ରେ ଚିତା ବାଘଟି ଠିଆ ହୋଇଥିବା ନେଇ ସ୍ପଷ୍ଟ ଭାବେ ଜଣା ପଡ଼ୁଛି। ତେବେ ଏହି ସମୟରେ ଏକ ବାଇକରେ ଦୁଇ ଯୁବକ ଆଗକୁ ବଢ଼ୁଛନ୍ତି। ରାସ୍ତା କଡ଼ରେ ବାଘ ଥିବା କଥା ନ ଜାଣି ଦୁହେଁ ଆଗକୁ ବଢ଼ୁଥିବା ଦେଖି ବାଘଟି ତୁରନ୍ତ ସେମାନଙ୍କ ଉପରକୁ ଲମ୍ପ ମାରୁଛି। କିନ୍ତୁ ଗାଡ଼ିର ଗତି ଟିକେ ଅଧିକ ଥିବାରୁ ଚିତାବାଘଟି ଦୁହିଁଙ୍କ ମଧ୍ୟରୁ କାହାରିକୁ ମଧ୍ୟ ନିଜର ଶିକାର ବନାଇ ପାରୁନାହିଁ। ପରେ ଦୁଇ ଯୁବକ ବାଘକୁ ଦେଖି ଡ଼ରି ଯାଉଛନ୍ତି। ତେବେ ସୌଭାଗ୍ୟବଶତଃ ଦୁଇ ଯୁବକ ମୃତ୍ୟୁମୁଖରୁ ଫେରି ଆସୁଛନ୍ତ, ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe