ମହମ୍ମଦ ସାମିଙ୍କ ମାଆଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ କୋହଲି: ଦୁବାଇରୁ ଦୁନିଆ ଦେଖିଲା ବିରାଟଙ୍କ ବଡ଼ପଣ

mothers love

ଦୁବାଇ: ମଣିଷ ଯେତେ ବଡ ହେଉ, ବିଜୟ ତା ପାଦ ପାଖରେ ଯେତେ ଆସି ଛୁଉଁ କିମ୍ବା ସିଏ ବିଜୟର ଶୀର୍ଷରେ ଯେତେ ପଛେ ପହଞ୍ଚୁ ମାଆ ଆଗରେ ପିଲାଟିଏ ସବୁବେଳେ ପିଲା... ଦେଶ ପାଇଁ ବଡ ହୋଇପାରେ ସତ ସେବେ ମାଆ ଆଗରେ ନଇଁଯାଏ ତାର ମଥା । ମମତାର ସ୍ପର୍ଶ ଟିକେ ପାଇଁ, ମାଆ ହାତର ଆଶୀର୍ବାଦ ପାଇଁ ସେ ଛୁଇଁଦିଏ ମାଆର ପାଦ । ଠିକ୍ ଏମିତି କିଛି ହୋଇଛି ଦୁବାଇ ଷ୍ଟାଡିୟମରେ । 

ଭାରତ ଯେତେବେଳେ ଚାମ୍ପିୟନ୍ସ ଟ୍ରଫି ଜିତି ବିଜୟର ଧ୍ବଜା ଉଡାଇ ସେଲିବ୍ରେସନ କରୁଥିଲା ଠିକ୍ ସେତେବେଳେ ବିରାଟ ଦେଖାଇଥିଲେ ତାଙ୍କ ବଡପଣ । ନିଜ ମାଆ ନୁହେଁ ବରଂ ନିଜ ଟିମ୍ ସଦସ୍ୟ ମହମ୍ମଦ ସାମିଙ୍କ ମାଆଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ବିରାଟ । ଏ ବିଜୟ ସବୁ ମାଆମାନଙ୍କ ଆଶୀର୍ବାଦ ପାଇଁ ତେଣୁ ପାଖରେ ଯେତେବେଳେ ଜଣେ ମାଆଙ୍କୁ ପାଇଛନ୍ତି ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି କୋହଲି ଆଉ ସାମିଙ୍କ ମାଆଙ୍କ ଠାରୁ ନେଇଛନ୍ତି ଆଶୀର୍ବାଦ । ଜଣେ ମାଆଙ୍କ ପ୍ରତି ବିରାଟଙ୍କ ଏହି ସମ୍ମାନ ତାଙ୍କୁ ପ୍ରଶଂସକଙ୍କ ଗହଣରେ ପୁଣିଥରେ ଚର୍ଚ୍ଚିତ କରେଇଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

family

ବିଜୟୀ ଟିମର ସଦସ୍ୟ ନିଜ ନିଜ ପରିବାର ସହ ଖୁସି ମନାଇଛନ୍ତି । କୋହଲି ନିଜ ପତ୍ନୀ ଅନୁଷ୍କାଙ୍କ ସହ ନଜର ଆସିଥିବା ବେଳେ ରୋହିତ ନିଜ ସ୍ତ୍ରୀ ଏବଂ ଝିଅଙ୍କ ସହ ନଜର ଆସିଥିଲେ । ଆଉ ସାମି ନିଜ ମାଆଙ୍କ ସହ ବିଜୟ ଉତ୍ସବ ପାଳିଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe