ଭଗବାନ ବିଷ୍ଣୁଙ୍କୁ ଗୋଇଠା ମାରିଥିଲେ ଭୃଗୁ , ଜାଣନ୍ତୁ ପୁରା କାହାଣୀ!

Advertisment
ଭଗବାନ ବିଷ୍ଣୁଙ୍କୁ ଗୋଇଠା ମାରିଥିଲେ ଭୃଗୁ , ଜାଣନ୍ତୁ ପୁରା କାହାଣୀ!

ମହର୍ଷି ଭୃଗୁ ଜ୍ୟୋତିଷ ଗ୍ରନ୍ଥ ‘ଭୃଗୁସଂହିତା’ର ରଚୟିତା ଭାବେ ବେଶ୍‌ ଖ୍ୟାତ। ଭୃଗୁଙ୍କ ଜୀବନ ସଂପର୍କୀତ ଏକ ରୋଚକ ଘଟଣା ଶୁଣିଲେ, ଆପଣ ବିସ୍ମିତ ହେବେ। ଥରେ ଭଗବାନ ବିଷ୍ଣୁଙ୍କୁ ପାଦରେ ପ୍ରହାର କରିଥିଲେ ଭୃଗୁ। ଜାଣନ୍ତି,ତାର କି ପରିଣାମ ହୋଇଥିଲା?
ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାନସପୁତ୍ର ଋଷି ଭୃଗୁ ବ୍ରହ୍ମା ଓ ଶିବଙ୍କ ପରୀକ୍ଷା ନେବାପରେ ସିଧା ବୈକୁଣ୍ଠଧାମରେ ପହଞ୍ଚଥିଲେ। ଭଗବାନ ବିଷ୍ଣୁ ଦୂରରୁ ଦେଖିଲେ ଯେ, ଭୃଗୁ ଋଷି ତାଙ୍କ ପାଖକୁ ଆସୁଛନ୍ତି। ଏଣୁ ସେ ଶୋଇବାର ଅଭିନୟ କରିଲେ। ନିଜ ଛାତି ଉପରେ ହାତ ରଖି ଶୋଇ ରହିଲେ।
ଭୃଗୁ ବିଷ୍ଣୁଙ୍କ ନିକଟରେ କ୍ରୋଧାନ୍ଵିତ ହୋଇ ଉପସ୍ଥିତ ହୋଇଥିଲେ। ସେ ଭଗବାନ ବିଷ୍ଣୁଙ୍କ ନାମ ଧରି ଡାକିଲେ,କିନ୍ତୁ ବିଷ୍ଣୁ ନ ଉଠିବାରୁ ରାଗରେ ତାଙ୍କ ଛାତି ଉପରକୁ ପାଦ ପ୍ରହାର କରିଲେ। ଏହାପରେ ଭଗବାନ ବିଷ୍ଣୁ ଉଠି ପଡ଼ି ପ୍ରଶ୍ନ କରିଲେ କି ତାଙ୍କୁ କଷ୍ଟ ଲାଗି ନାହିଁ ତ! କାରଣ ବିଷ୍ଣୁଙ୍କର ଛାତି ଅତ୍ୟନ୍ତ କଠୋର,ଆଉ ଭୃଗୁଙ୍କର ପାଦ ଅତି କୋମଳ।

publive-image
ବିଷ୍ଣୁଙ୍କରଏଭଳି ଆଚରଣରେ ବି ଆଶ୍ଚର୍ଯ୍ୟ ଚକିତ ହେଲେ ଭଗବାନ ବିଷ୍ଣୁ। ଭଗବାନ ବିଷ୍ଣୁ ଭୃଗୁଙ୍କୁ ନିଜ ଛାତିରେ ଲଗାଇଲେ।ଏଥିରେ ଭୃଗୁ ଲଜ୍ଜିତ ହେଲେ। ସେ ନିଜର କୁକର୍ମ ପାଇଁ କ୍ଷମା ପ୍ରାର୍ଥନା କରିଲେ। ତା’ପରେ ମହର୍ଷି ଭୃଗୁ କହିଥିଲେ କି ଭଗବାନ ବିଷ୍ଣୁଙ୍କର ଏହି କ୍ଷମାଶୀଳତାର କଥା ଯୁଗ ଯୁଗ ଲାଗି ଅମର ହୋଇ ରହିବ ଓ ସବୁଠାରୁ କ୍ଷମାଶୀଳ ଭଗବାନ୍‌ ଭାବେ ବିଷ୍ଣୁ ପୂଜିତ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe