ବିଷ୍ଣୁ-ଲକ୍ଷ୍ମୀଙ୍କର ଯୁଗଳ ମୂର୍ତ୍ତିର ପୂଜନ ଅବଶ୍ୟ କରଣୀୟ , ଜାଣନ୍ତୁ ପୁରାଣରେ କ’ଣ କୁହାଯାଇଛି ?

Advertisment
ବିଷ୍ଣୁ-ଲକ୍ଷ୍ମୀଙ୍କର ଯୁଗଳ ମୂର୍ତ୍ତିର ପୂଜନ ଅବଶ୍ୟ କରଣୀୟ , ଜାଣନ୍ତୁ ପୁରାଣରେ କ’ଣ କୁହାଯାଇଛି ?

କୁହାଯାଏ ଯେ, ଶ୍ରୀହରି ବିଷ୍ଣୁଙ୍କ କୃପା ବିନା ମହାଲକ୍ଷ୍ମୀ କାହାରିକୁ କୃପା ବର୍ଷା କରନ୍ତି ନାହିଁ।ଏ ଦୁହେଁ ପରସ୍ପରର ପରିପୂରକ।
ପୌରାଣିକ ମାନ୍ୟତା ଅନୁଯାୟୀ ଯେଉଁ ଗୃହରେ ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା ହୋଇଥାଏ,ସେଠାରେ ମହାଲକ୍ଷ୍ମୀ ଅଚଳା ହୋଇ ନିବାସ କରିଥା’ନ୍ତି। ଯେଉଁଠାରେ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା ହୋଇନଥାଏ,ସେଠାରେ ମହାଲକ୍ଷ୍ମୀ ଚଞ୍ଚଳା ହୋଇଥାଆନ୍ତି। ଏହା ଦ୍ୱାରା ମାତାଲକ୍ଷ୍ମୀ ନିମ୍ନିତ ରୂପରେ ମନୁଷ୍ୟର ଗୃହସ୍ଥ ଜୀବନକୁ ସୁଖମୟ ଓ ବୈଭବମୟ କରିଥାନ୍ତି। ମାତା ମହାଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ଏକତ୍ର ଆରଧନା ମଧ୍ୟ କରାଯିବ ସପକ୍ଷରେ ପୁରାଣରେ ବର୍ଣ୍ଣିତ ରହିଛି। ବିଷ୍ଣୁ-ଲକ୍ଷ୍ମୀ ଏକତ୍ର ଥିବା ଫଟୋ ପ୍ରତିମାଙ୍କୁ ପୂଜା କରିଲେ,ପରିବାର ଥିବା ଦଂପତ୍ତିଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ ।

publive-image
ଏଣୁ ଘରର ପୂଜା ସ୍ଥାନରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଚିତ୍ର ବା ଯୁଗଳ ମୂର୍ତ୍ତି ରଖିବା ଆବଶ୍ୟକ। ଖାଲି ସେତିକି ନୁହେଁ ଏହି ଯୁଗଳ ମୂର୍ତ୍ତିଙ୍କର ପ୍ରତ୍ୟହ ପୂଜାର୍ଚ୍ଚନା ବି କରିବା ଉଚିତ। ଏହା ଦ୍ୱାରା ଘରେ ଧନ ଲାଭ ହୋଇଥାଏ ବୋଲି ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି। ଏହାଛଡ଼ା ଘରେ ପତି-ପତ୍ନୀଙ୍କ ଭିତରେ ମତଭେଦ ବି ରହି ନଥାଏ। ପାରିବାରିକ ଶାନ୍ତି ଏବଂ ସୁଖସମୃଦ୍ଧିର ରାସ୍ତା ଉନ୍ମୁକ୍ତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe