କାହିଁକି ବିଭୀଷଣ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସାଥୀ ହୋଇଥିଲେ?

Advertisment
କାହିଁକି ବିଭୀଷଣ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସାଥୀ ହୋଇଥିଲେ?

photo-qph.ec.quoracdn.net

ପୌରାଣିକ କଥା ଅନୁସାରେ,ଲଙ୍କାପତି ରାବଣ,କୁମ୍ଭକର୍ଣ୍ଣଏବଂ ବିଭୀଷଣ ହେଉଛନ୍ତି ତିନି ଭାଇ।ଏଥିସହିତ ଏମାନଙ୍କର ଜନ୍ମ ଏକ ରାକ୍ଷସ କୁଳରେ ହୋଇଥିଲା।ତେବେ ରାକ୍ଷସ କୁଳରେ ଜନ୍ମିତ ଏହି ଭାଇମାନଙ୍କ ମଧ୍ୟରୁ କିନ୍ତୁ ବିଭୀଷଣ ଥିଲେ ସଂପୂର୍ଣ୍ଣ ଭିନ୍ନ। କାହିଁକିନା ଯେଉଁଠାରେ ରାବଣ ମାତା ସୀତାଙ୍କୁ ଅପହରଣ କରି ନିଜର ପାଟରାଣୀ କରିବାକୁ ପ୍ରୟାସ କରୁଥିଲେ,ସେହିଠାରେ କେବଳ ଜଣେ ହିଁ ବ୍ୟକ୍ତିି ଯିଏକି ରାବଣଙ୍କୁ ଏହି କାମ କରିବାକୁ ନିବୃତ୍ତ କରିଥିଲେ।ତେବେ ସେ ଆଉ କେହି ନୁହନ୍ତି ,ସେ ହେଉଛନ୍ତି ହେଉଛନ୍ତି ଲଙ୍କାପତି ରାବଣଙ୍କର କନିଷ୍ଠ ଭ୍ରାତା ବିଭୀଷଣ, ଯିଏକି ଭାଇ ରାବଣଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିବା ସଂଗେସଂଗେ ମାତା ସୀତାଙ୍କୁ ଉଦ୍ଧାର କରିବାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିଥିଲେ। ହେଲେ ଏବେ ଆପଣଙ୍କ ମନରେ ଏଇଆ ହିଁ ପ୍ରଶ୍ନ ଆସୁଥିବ ଯେ ରାକ୍ଷସ କୁଳରେ ଜାତ ହୋଇ କାହିଁକି ବିଭୀଷଣ ପ୍ରଭୁ ରାମଚନ୍ଦ୍ରଙ୍କ ସହାୟତା କରିଥିଲେ।

ଆସନ୍ତୁ ଜାଣିବା ଏହା ପଛର ରହସ୍ୟ ବିଷୟରେ......

publive-image photo-godivinity.org

ପୌରାଣିକ ଅନୁଯାୟୀ,ଲଙ୍କାପତି ରାବଣ,ବିଭୀଷଣ ଓ କୁମ୍ଭକର୍ଣ୍ଣ ଭଗବାନ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ବରଦାନ ପ୍ରାପ୍ତି
କରିବାକୁ ଚାହୁଁଥିଲେ। ତିନି ଭାଇ ଭଗବାନ ବ୍ରହ୍ମାଙ୍କୁ କଠିନ ତପସ୍ୟା କରିବାକୁ ମଧ୍ୟ ଲାଗିଲେ, ଯାହାଫଳରେ ଭଗବାନ ବ୍ରହ୍ମାଜୀ ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଉକ୍ତ ତିନି ଭାଇଙ୍କୁ ଦର୍ଶନ ଦେବା ସହିତ ବର ମାଗିବାକୁ କହିଲେ।ତେବେ ଭଗବାନ ବ୍ରହ୍ମାଙ୍କ ମୁହଁରୁ ବର କଥା ଶୁଣି ଲଙ୍କାପତି ରାବଣ ମନୁଷ୍ୟ ହାତରେ ମୃତ୍ୟୁବରଣ କରିବାର ବର,କୁମ୍ଭକର୍ଣ୍ଣ ଅଧିକ ସମୟ ଶୋଇବାର ବରକୁ ମାଗିଲେ।ହେଲେ ଯେତେବେଳେ ଭଗବାନ ବ୍ରହ୍ମା ବିଭୀଷଣଙ୍କୁ ବରଦାନ ମାଗିବାକୁ କହିଲେ ତ,ସେ ସେତେବେଳେ ନିଜ ମନରେ କେବେବି ପାପ ବିଚାର ନ ଆସିବାର ବର ମାଗିବା ସହିତ ସର୍ବଦା ଦେବତାଙ୍କୁ ଭକ୍ତି କରିବାର ବର ମାଗି ବସିଲେ।ଏହି ବରଦାନ ଫଳରେ ରାକ୍ଷସ କୁଳରେ ଜନ୍ମ ହେବା ସତ୍ତ୍ୱେ ବିଭୀଷଣ ଯୁଦ୍ଧ ସମୟରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସାଥୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe