ବାଇକରେ ଯୋଡ଼ା ହୋଇଥିବା ଟଲିରେ ବସି ପରିବାରର ୧୦ଜଣ ସଦସ୍ୟ କୁମ୍ଭମେଳାରେ ପହଞ୍ଚିଥିଲେ

Advertisment

ବୃନ୍ଦାବନରୁ ଆସିଥିବା ପରିବାର ପ୍ରୟାଗରାଜ ମହାକୁମ୍ଭ ଯାତ୍ରା ପାଇଁ ବାଇକ ସହିତ ଟଲିକୁ ଯୋଡ଼ି ଟମଟମରେ ବଦଳାଇ ଦେଇଥିଲେ। ଉକ୍ତ ଟମଟମରେ ପରିବାର ୧୦ଜଣ ସଦସ୍ୟ ବସି କୁମ୍ଭମେଳା ଅଭିମୁଖେ କରିଥି‌ଲେ ଯାତ୍ରା ।

ବୃନ୍ଦାବନରୁ ଆସିଥିବା ପରିବାର ପ୍ରୟାଗରାଜ ମହାକୁମ୍ଭ ଯାତ୍ରା ପାଇଁ ବାଇକ ସହିତ ଟଲିକୁ ଯୋଡ଼ି ଟମଟମରେ ବଦଳାଇ ଦେଇଥିଲେ। ଉକ୍ତ ଟମଟମରେ ପରିବାର ୧୦ଜଣ ସଦସ୍ୟ ବସି କୁମ୍ଭମେଳା ଅଭିମୁଖେ କରିଥି‌ଲେ ଯାତ୍ରା ।

CGùe

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଦେଶ-ବିଦେଶରୁ ବିପୁଳ ପରିମାଣରେ ଶ୍ରଦ୍ଧାଳୁମାନେ ଆସି ପହଞ୍ଚୁଛନ୍ତି। ଏହି କାରଣରୁ ବିମାନ ଠାରୁ ଆରମ୍ଭ କରି ଅଟୋ ରିକ୍ସା ପର୍ଯ୍ୟନ୍ତ ଯାତ୍ରୀଙ୍କ ଭିଡ଼ ଲାଗି ରହିଛି। ଏହି କ୍ରମରେ ବୃନ୍ଦାବନରୁ ଆସିଥିବା ଏକ ଗାଡ଼ି ଚର୍ଚ୍ଚାରେ ରହିଛି। ଏହି ଗାଡ଼ିରେ ପରିବାରର ୧୦ଜଣ ସଦସ୍ୟ ବସି ୭୦୦କିଲୋମିଟର ଅତିକ୍ରମ କରି ସଙ୍ଗମନଗରୀରେ ପହଞ୍ଚିଥିଲେ।

ବୃନ୍ଦାବନରୁ ଆସିଥିବା ପରିବାର ପ୍ରୟାଗରାଜ ମହାକୁମ୍ଭ ଯାତ୍ରା ପାଇଁ ବାଇକ ସହିତ ଟଲିକୁ ଯୋଡ଼ି ଟମଟମରେ ବଦଳାଇ ଦେଇଥିଲେ।  ଏହାପରେ ଉକ୍ତ ଟମଟମରେ ପରିବାର ୧୦ଜଣ ସଦସ୍ୟ ବସି ଏଥିରେ ଯାତ୍ରା କରିଥିଲେ। ଏଭଳି ଟମଟମରେ ଯାତ୍ରା ଉକ୍ତ ପରିବାର ଭଡ଼ାରୁ ବର୍ତ୍ତିବା ପାଇଁ ନୁହେଁ ବରଂ ଏକାସାଙ୍ଗରେ ଯାତ୍ରାର ଆନନ୍ଦ ନେବା ପାଇଁ ତିଆରି କରିଥିଲେ। 

ଟମଟମ ନେଇ ପହଞ୍ଚିଥିବା ପରିବାର ସଦସ୍ୟ କହ୍ନେୟା କହିଛନ୍ତି, ‘ଏକାସାଙ୍ଗରେ ହାତ ତିଆରି ଯାନରେ ବସିବାର ଅନୁଭୂତି ନିଆରା ରହିଛି। ଆମେ ଘରୁ ସମସ୍ତେ ଏକାଠି ବାହାରି ଥିଲି।ପ୍ରୟାଗରାଜ ଅଭିମୁଖେ ଯାତ୍ରା ସମୟରେ  ରାସ୍ତାସାରା ମଜାମସ୍ତି କରିଥିଲୁ। ଏହି ଟମଟମ ଗାଡ଼ି ହେତୁ ଆମକୁ କୌଣସି ପ୍ରକାର ଅସୁବିଧା ବି ହୋଇ ନାହିଁ। ସୁବିଧାରେ କୁମ୍ଭମେଳାରେ ପହଞ୍ଚି ମେଳାର ଆନନ୍ଦ ନେଇ ବୁଡ଼ ପକାଇ ଖୁସି ହୋଇ ଘରକୁ ଫେରି ଯାଇଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe