ଅଦ୍ଭୂତ ସହର: ମୃତ୍ୟୁ ଉପରେ ଲାଗିଛି ନିଷେଧାଦେଶ, ଏଠାରେ ମରିବା ମନା

Advertisment
ଅଦ୍ଭୂତ ସହର: ମୃତ୍ୟୁ ଉପରେ ଲାଗିଛି ନିଷେଧାଦେଶ, ଏଠାରେ ମରିବା ମନା

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ ଯେ ନରେଓ୍ଵର ରାଜଧାନୀ ଲଙ୍ଗ୍‌ଇୟର୍‌ବ୍ୟାନ୍‌ର ଲୋକଙ୍କ ଉପରେ ମୃତ୍ୟୁକୁ ନେଇ ନିଷେଧାଦେଶ ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅଞ୍ଚଳ ଅତ୍ୟଧିକ ଥଣ୍ଡା ହୋଇଥିବାରୁ ଲୋକମାନଙ୍କୁ ସେଠାରେ ମରିବା ପାଇଁ ଅନୁମତି ମିଳେ ନାହିଁ। କାହିଁକି ନା, ବରଫାଚ୍ଛନ ଅଞ୍ଚଳ ହୋଇଥିବାରୁ ଶରୀର ପଚିବା ପାଇଁ ସମୟ ନେଇଥାଏ। ଫଳରେ ପରିବେଶ ପ୍ରଦୂଷଣ ହୋଇଥାଏ ବୋଲି ଏପରି ନିୟମ ରହିଛି।

ପ୍ରାୟ ୨ ହଜାର ଲୋକ ବସବାସ କରୁଥିବା ଲଙ୍ଗ୍‌ଇୟର୍‌ବ୍ୟାନ ଉତ୍ତର ନରେଓ୍ଵର ଏକ ଏପରି ସ୍ଥାନ ଯେଉଁଟି ମାସ ମାସ ଧରି ସୂର୍ଯ୍ୟ କରିଣ ପଡ଼େ ନାହିଁ।

publive-image

ଜାଣିବାକୁ ମିଳିଛି ଯେ ଏପରି ଏକ ଅଦ୍ଭୂତ ନିୟମ ୧୯୫୦ ମସିହାରେ ଲାଗୁ ହୋଇଥିଲା। ଏହି ଅଞ୍ଚଳରେ ବେଳେ ବେଳେ ତାପମାତ୍ରା -୪୬ ଡିଗ୍ରି ବି ହୋଇଥାଏ। ବର୍ତ୍ତମାନ ତାପମାତ୍ରା ରହିଛି ୧୭ ଡିଗ୍ରି।

ଯଦି ଏହି ଅଞ୍ଚଳରେ କେହି ମରିବାର ପୂର୍ବ ଅବସ୍ଥାକୁ ଆସିଯାନ୍ତି ସେଠାକାର ଲୋକେ ତାଙ୍କୁ ତୁରନ୍ତ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତି।

କେବଳ ମୃତ୍ୟୁ ନୁହେଁ, ଏଠାରେ କେହି ଜନ୍ମ ବି ହୁଅନ୍ତି ନାହିଁ। ସେହି ଅଞ୍ଚଳରେ କୌଣସି ଡାକ୍ତରଖାନା ନଥିବାରୁ ପ୍ରସୂତିମାନଙ୍କୁ ଅନ୍ୟ ସ୍ଥାନକୁ ନିଆ ଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe