୨ବର୍ଷ ଅପେକ୍ଷା ପରେ ଫଟୋଗ୍ରାଫର ଉଠାଇ ପାରିଲେ ଏହି କଳା ଚିତାବାଘର ଫଟୋ

Advertisment
୨ବର୍ଷ ଅପେକ୍ଷା ପରେ ଫଟୋଗ୍ରାଫର ଉଠାଇ ପାରିଲେ ଏହି କଳା ଚିତାବାଘର ଫଟୋ

ନୂଆଦିଲ୍ଲୀ: ଜଙ୍ଗଲର ଦୁନିଆ ବାସ୍ତବରେ ଅନନ୍ୟ। ଏଠାରେ କେତେବେଳେ କ’ଣ ଦେଖିବାକୁ ମିଳିଥା‌ଏ ତାହା କେହି କହି ପାରି ନଥାଆନ୍ତି। ତେବେ ଜଙ୍ଗଳର ଦୁର୍ଲଭ ଦୃଶ୍ୟକୁ କ୍ୟାମେରାରେ କୈଦ କରିବା ପାଇଁ ବନ୍ୟଜନ୍ତୁ ଫଟୋଗ୍ରାଫରମାନେ ବହୁତ ଚେଷ୍ଟା କରିଥାଆନ୍ତି। ଜଙ୍ଗଲରେ ବସବାସ କରୁଥିବା ଗୋଟିଏ ପଶୁର ଫଟୋ ଉଠାଇବାକୁ ଫଟୋଗ୍ରାଫରମାନଙ୍କୁ ଅନେକ ବର୍ଷ ଅପେକ୍ଷା କରିବାକୁ ପଡିଥାଏ। ଆଉ ଯେତେବେଳେ ଏହି ଫଟୋ ଲୋକଙ୍କ ପାଖରେ ପହଞ୍ଚେ ଫଟୋଗ୍ରାଫରଙ୍କ କାମକୁ ବେଶ ପ୍ରଶଂସା କରାଯାଇଥାଏ।

କିଛିଦିନ ହେବ ସୋସିଆଲ ମିଡିଆରେ ଗୋଟିଏ କଳା ଚିତାବାଘର ଫଟୋ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି । ଏକ ଦାବି ଅନୁଯାୟୀ, ଫଟୋଗ୍ରାଫରଙ୍କ ଦୁଇ ବର୍ଷର ପରିଶ୍ରମର ଫଳାଫଳ ଏହି ଫଟୋ ବୋଲି କୁହାଯାଉଛି। ଏହି ଫଟୋକୁ ଫଟୋଗ୍ରାଫର ଅନୁରାଗ ଗାୱାଣ୍ଡେ  କଏଦ କରିଛନ୍ତି । ଯେତେବେଳେ ସେ ଏହି ଫଟୋ ଉଠାଇଥିଲେ, ସେ କଳା ଚିତାବାଘଠାରୁ ମାତ୍ର ୩୦ ଫୁଟ ଦୂରରେ ଥିଲେ । ସେ ଏହି ଫଟୋଗୁଡ଼ିକୁ ତାଙ୍କ ଇନଷ୍ଟାରେ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ମହାରାଷ୍ଟ୍ରର ତାଡୋବା ଜାତୀୟ ଉଦ୍ୟାନର ବୋଲି କୁହାଯାଉଛି।

ଏହାପୂର୍ବରୁ ମଧ୍ୟ ସେ ଆଉ ଏକ କଳାଚିତାବାଘର ଫଟୋ କଏଦ କରିଥିଲେ । ଯାହା ବହୁତ ଭାଇରାଲ୍ ହୋଇଥିଲା। ଦେଖିବାକୁ ଗଲେ ଏହି ଫଟୋଗୁଡ଼ିକ ବହୁତ ଦୁର୍ଲଭ ଅଟୋ। କାରଣ କ୍ୟାମେରାରେ କଳା ଚିତାବାଘକୁ ଧରିବା ଏକ ସହଜ କାମ ନୁହେଁ । ବାସ୍ତବରେ କଳା ଚିତାବାଘ ବହୁତ ଲାଜକୁଳା ସ୍ବଭାବର ହୋଇଥାଆନ୍ତି ବୋଲି କୁହାଯାଏ। ସେଥିପାଇଁ ସେମାନେ ଲୋକଙ୍କ ସାମ୍ନାକୁ ଆସି ନଥାଆନ୍ତି। କେତେବେଳେ କେମିତି ଏହା ଫଟୋଗ୍ରାଫରଙ୍କ କ୍ୟାମେରାରେ ‌କଏଦ ହୋଇଯାଇଥାଆନ୍ତି। ଯାହାକୁ ଫଟୋଗ୍ରାଫରମାନେ ଭାଗ୍ୟ ବୋଲି କହିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe