ସମୁଦ୍ର କୂଳରେ ହଜି ଯାଇଥିବା ମନି ପର୍ସକୁ ୨୫ବର୍ଷ ପରେ ଏପରି ପାଇଲେ ଯୁବକ

Advertisment
ସମୁଦ୍ର କୂଳରେ ହଜି ଯାଇଥିବା ମନି ପର୍ସକୁ ୨୫ବର୍ଷ ପରେ ଏପରି ପାଇଲେ ଯୁବକ

ନୂଆଦିଲ୍ଲୀ: ଖବର କାଗଜ ହେଉ କି ଟେଲିଭିଜନ ଅବା ସୋସିଆଲ ମିଡିଆ, ଖୋଲିଲା ମାତ୍ରେ ସେଥିରେ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଜାଣିବାକୁ ମିଳିଥିଲା। ସୋସିଆଲ୍‌ ମିଡିଆରେ ଏଇ କିଛିଦିନ ହେବ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ଘଟଣାଟି ହେଉଛି ଏପରି, ଜଣେ ଅଷ୍ଟ୍ରେଲିଆ ବ୍ୟକ୍ତି ୨୫ ବର୍ଷ ପୂର୍ବେ ସମୁଦ୍ର କୂଳରେ ବନ୍ଧୁମାନଙ୍କ ସହ ନୂଆବର୍ଷ ପାଳନ କରୁଥିବା ସମୟରେ ତାଙ୍କ ପର୍ସଟିକୁ ହଜାଇ ଦେଇଥିଲେ। ଆଉ ଦୀର୍ଘ ୨୫ବର୍ଷ ପରେ ସେ ସେହି ପର୍ସକୁ ଫେରି ପାଇଛନ୍ତି।

ନ୍ୟୁ ସାଉଥ୍ ଓେଲ୍ସର ଲୋନୋକ୍ସ ହେଡ୍‌ ସ୍ଥିତି ସମୁଦ୍ର କୂଳରେ ଜଣେ ବ୍ୟକ୍ତିଙ୍କୁ ହଜି ଯାଇଥିବା ଏହି ପର୍ସ ମିଳିଥିଲା। ଏହି ପର୍ସର ଫଟୋ ଉଠାଇ ବ୍ୟକ୍ତି ଜଣକ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଲେଖିଥିଲେ, ‘୯୫ରୁ ସମସ୍ତ କାର୍ଡ ଏକ୍ସପାଏର ହୋଇଯାଇଛି କିନ୍ତୁ ଏବେ ବି ୫ ଟଙ୍କା ଅଛି।’

publive-image

ପୋଷ୍ଟ ଦେଖିବା ପରେ ଜୋଡି ଡେଭିସ୍ ନାମକ ଜଣେ ମହିଳା ପର୍ସର ମାଲିକଙ୍କୁ ଚିହ୍ନି ପାରିଥିଲେ। ମହିଳା ଜଣକ ପୋଷ୍ଟର ଏକ ସ୍କ୍ରିନ୍‌ସଟ୍ ଉଠାଇ ମାଲିକଙ୍କୁ ପଠାଇଥିଲେ। ଏହା ପରେ ପର୍ସର ମାଲିକ ପଲ୍ ଡେଭିସ୍‌ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ସହ ସାକ୍ଷାତ କରିଥିଲେ। ଏହପରେ ବ୍ୟକ୍ତି ଜଣଙ୍କ ପଲ୍‌ଙ୍କୁ ପର୍ସ ଫେରାଇ ଦେଇଥିଲେ।

ଦୀର୍ଘ ୨୫ ବର୍ଷ ପରେ ପଲ୍ ଡେଭିସ୍ ନିଜର ହଜି ଯାଇଥିବା ପର୍ସକୁ ପୁଣିଥରେ ଫେରି ପାଇବେ ବୋଲି କେବେ ବି ଭାବି ନଥିଲେ। ପର୍ସକୁ ପାଇବା ପରେ ଖୁସିରେ ‌ସେ କାନ୍ଦି ପକାଇବା ସହ ଏହି ପର୍ସକୁ ତାଙ୍କ ପାଖରେ ପହଞ୍ଚାଇବା ପାଇଁ ଯେଉଁମାନେ ସାହାଯ୍ୟ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe