ଗୋଟିଏ ଝଟକାରେ ୨୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ଏହି ବଡ କମ୍ପାନୀ

Advertisment
ଗୋଟିଏ ଝଟକାରେ ୨୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କଲା ଏହି ବଡ କମ୍ପାନୀ

ABP LIVE - ABP News

ନୂଆଦିଲ୍ଲୀ: ଦେଶରେ ଦରଦାମର କ୍ରମ‌ାଗତ ବୃଦ୍ଧି ସାରା ବିଶ୍ବରେ ଆର୍ଥିକ ଅବନତିର ଆଶଙ୍କା ସୃଷ୍ଟି କରିଥିବା ବେଳେ ନିଜର ୨୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି କର୍ପୋରେଟ୍‌ କମ୍ପାନୀ ୱାର୍ଲମାର୍ଟ। ଛଟେଇକୁ ନେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଷ୍ଟ୍ରକ୍ଚରକୁ  ଅପ୍‌ଡେଟେଡ୍‌ କରିବାର ଏହା ହେଉଛି ଏକ ଅଂଶ।

ବିଜନେସ୍ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଖବର ଅନୁଯାୟୀ, ୱାଲମାର୍ଟ ପ୍ରାୟ ୨୦୦ କର୍ପୋରେଟ୍ ଚାକିରି କାଟୁଛି । କାରଣ କମ୍ପାନୀ ମୂଲ୍ୟ ବୃଦ୍ଧି ଏବଂ କମ ଚାହିଦାକୁ ସାମ୍ନା କରୁଛି । କମ୍ପାନୀର ସ୍ଥିତି ଏବଂ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛି ୱାଲମାର୍ଟ । ୱାଲମାର୍ଟ ଦ୍ୱାରା କରାଯାଇଥିବା ଛୋଟେଇରେ ଅବସରପ୍ରାପ୍ତ ବିତରଣ କର୍ମଚାରୀମାନେ ଏବଂ ବାଣିଜ୍ୟ ବିଭାଗର କର୍ମଚାରୀ ରହିଛନ୍ତି । କମ୍ପାନୀ ବୁଧବାର ଏକ ଇମେଲ ପଠାଇ କହିଛି ଯେ, ଆମେ ଆମର ଗଠନକୁ ଅପଡେଟ୍ କରୁଛୁ ଏବଂ ସ୍ୱଚ୍ଛତା ବିକାଶ କରୁଛୁ ।

ୱାଲମାର୍ଟ ହେଉଛି ଆମେରିକାର ସର୍ବବୃହତ ଘରୋଇ କ୍ଷେତ୍ରର ନିଯୁକ୍ତିଦାତା ଏବଂ ପ୍ରାୟ ୧୬ ଲକ୍ଷ କର୍ମଚାରୀ ଏଠାରେ ନିଯୁକ୍ତି ପାଇଛନ୍ତି । ୱାଲମାର୍ଟର ମୋଟ ଶ୍ରମିକମାନଙ୍କ ମଧ୍ୟରୁ ୧୦୦୦୦୦ରୁ ଅଧିକ ଜଣ ପରିଚାଳନା ଓ ବୃତ୍ତିଗତ କର୍ମଚାରୀ ଅଛନ୍ତି। କମ୍ପାନୀ ଦ୍ୱାରା କରାଯାଇଥିବା ଛୋଟେଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରେ ପ୍ରକାଶ ପାଇଛି। ୱାଲମାର୍ଟର ସେୟାରଗୁଡିକ ଚଳିତ ବର୍ଷ ୯.୮ପ୍ରତିଶତ ହ୍ରାସ ପାଇଛି ।

ନିକଟରେ ଆମାଜନ ମଧ୍ୟ ଏହାର କର୍ମଚାରୀ ସଂଖ୍ୟା ଏକ ଲକ୍ଷ ହ୍ରାସ କରିଥିଲା। ୱାଲମାର୍ଟ ପରେ ଅନ୍ୟାନ୍ୟ ବଡ ବଡ କମ୍ପାନୀ ମଧ୍ୟ ଏଭଳି ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ଫୋର୍ଡ ମୋଟର ନିଜର ପ୍ରାୟ ୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି । ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପ୍ଲାଟଫର୍ମ ଇନକର୍ସ ମଧ୍ୟ ନିଯୁକ୍ତିରେ ୩୦ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରିଛି । ଏହା ବ୍ୟତୀତ ଗୁଗୁଲ ନିଜର ନିଯୁକ୍ତି ପ୍ରକ୍ରିୟା ମନ୍ଥର କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe