ବୁଲାବୁଲି କାଜିରଙ୍ଗା

୧୯୦୮ ମସିହାରେ ସଂସ୍ଥାପିତ ତଥା ୪୩୦ ବର୍ଗ କିଲୋମିଟର୍‌ ପରିବ୍ୟାପ୍ତ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପାରିବେଶିକ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀଙ୍କ ନିମନ୍ତେ ପ୍ରସିଦ୍ଧ। ୧୯୮୫ରେ ‘ୟୁନେସ୍କୋ’ ବିଶ୍ବ ଐତିହ୍ୟସ୍ଥଳୀ ମାନ୍ୟତାପ୍ରାପ୍ତ କାଜିରଙ୍ଗା ସମଗ୍ର....

sfsfxcxcxc

୧୯୦୮ ମସିହାରେ ସଂସ୍ଥାପିତ ତଥା ୪୩୦ ବର୍ଗ କିଲୋମିଟର୍‌ ପରିବ୍ୟାପ୍ତ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପାରିବେଶିକ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀଙ୍କ ନିମନ୍ତେ ପ୍ରସିଦ୍ଧ। ୧୯୮୫ରେ ‘ୟୁନେସ୍କୋ’ ବିଶ୍ବ ଐତିହ୍ୟସ୍ଥଳୀ ମାନ୍ୟତାପ୍ରାପ୍ତ କାଜିରଙ୍ଗା ସମଗ୍ର ବିଶ୍ବରେ ଥିବା ପ୍ରଖ୍ୟାତ ଏକଶିଙ୍ଗିଆ ଗଣ୍ଡାରଙ୍କ ମଧ୍ୟରୁ ଦୁଇତୃତୀୟାଂଶଙ୍କ ଚରାଭୂଇଁ। ବିଲୟମୁଖୀ ତାଲିକାକୁ ଉଠିଥିବା ଏ ପ୍ରଜାତିର ପ୍ରାୟ ୨,୨୦୦ ଗଣ୍ଡାର ଏଠାରେ ବିଚରଣ କରୁଥିବା କୁହାଯାଏ। ଯଦି କାଜିରଙ୍ଗା ଯାଇନାହାନ୍ତି ତେବେ ଏଥିଲାଗି ଏବେଠୁ ଯୋଜନା କରନ୍ତୁ।

ଦେଖିବେ କ’ଣ
ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାବୁଲି ହେଉ, ସଫାରିରେ କୌଣସି ବନ୍ୟଜନ୍ତୁ ଦେଖିବା ହେଉ ଅଥବା ଆଖପାଖରେ ଥିବା ଆକର୍ଷଣୀୟ ସ୍ଥାନ ପରିଦର୍ଶନ ହେଉ, କାଜିରଙ୍ଗା ଭ୍ରମଣ କିନ୍ତୁ ସ୍ମରଣୀୟ ହୋଇ ରହିବ।
ଜିପ୍‌ ସଫାରି: ପର୍ଯ୍ୟଟକମାନେ ଜିପ୍‌ରେ ଜଙ୍ଗଲ ଭିତରେ ବୁଲିପାରିବେ। ଉଦ୍ୟାନର ଚାରିଟି ଭିନ୍ନ ଭିନ୍ନ ପ୍ରାନ୍ତ ବୁଲାଇ ନେଇଥାଏ ସୁରକ୍ଷିତ ଜିପ୍‌। ବନ ଅଧିକାରୀଙ୍କ ନିର୍ଦ୍ଧାରିତ ପଥରେ ଏହି ଭ୍ରମଣ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବନ୍ୟପ୍ରାଣୀଙ୍କୁ ଦେଖାଇଥାଏ। ପକ୍ଷୀ ଦେଖା: ୪୭୮ ପ୍ରକାରର ପକ୍ଷୀ ବାସ କରୁଥିବା କାଜିରଙ୍ଗା ପକ୍ଷୀ ଓ ବନ୍ୟଜନ୍ତୁପ୍ରେମୀଙ୍କୁ ସେମାନଙ୍କ ପ୍ରାକୃତିକ ‌ନିବାସରେ ଦେଖିବାର ଅପୂର୍ବ ସୁଯୋଗ ଦିଏ। କାଜିରଙ୍ଗା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗୋଲାଘାଟ‌ରେ ଅବସ୍ଥିତ ପାନବାରି ସଂରକ୍ଷିତ ଅରଣ୍ୟରେ ବହୁ ବିରଳ ପ୍ରଜାତି ପକ୍ଷୀ ଦେଖାଯାଆନ୍ତି।

କେବେ ଯିବେ, କେମିତି ଯିବେ
ଜଳବାୟୁ ସୁଖପ୍ରଦ ଥିବାରୁ କାଜିରଙ୍ଗା ଜାତୀୟ ଉଦ୍ୟାନ ଭ୍ରମଣରେ ଯିବା ପାଇଁ ସର୍ବୋତ୍ତମ ସମୟ ହେଉଛି ନଭେମ୍ବର୍‌ରୁ ଏପ୍ରିଲ୍‌ ମାସ। ବିମାନ ଯେ‌ାଗେ ସେଠାରେ ପହଞ୍ଚିବା ଲାଗି ନିକଟତମ ବିମାନ ବନ୍ଦର ହେଉଛି ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦର। ନିକଟତମ ରେଳ ଷ୍ଟେସନ୍‌ ଗୌହାଟୀ ଓ ଜୋର୍‌ହାଟ୍‌। ସେଠାରୁ ପର୍ଯ୍ୟଟକମାନେ କ୍ୟାବ୍‌ ଯୋଗେ କୋହୋରା ଦେଇ କାଜିରଙ୍ଗା ଯାଇପାରିବେ। ସଡ଼କ ପଥରେ ଯିବାକୁ ଚାହିଲେ ୩୭ ନମ୍ବର ଜାତୀୟ ରାଜପଥ ଦେଇ ଯିବାକୁ ପଡ଼େ। ସେଠାକୁ ଯିବାଲାଗି ସବୁ ସମୟରେ ଗୌହାଟୀରୁ ବସ୍‌ ଓ ଟ୍ୟାକ୍ସି ମିଳେ। ରହିବା ପାଇଁ ମଧ୍ୟ ସେଠାରେ ଅନେକ ହୋଟେଲ୍‌ ଓ ରିସର୍ଟ ଖୋଲାଯାଇଛି।

ହାତୀ ସଫାରି: ଏଠାରେ ପ୍ରକୃତିପ୍ରେମୀମାନେ ଅତି ନିକଟରୁ ଅପୂର୍ବ ପ୍ରାକୃତିକ ଶୋଭାରାଜି ମଧ୍ୟରେ ହାତୀଙ୍କୁ ଦେଖି ପୁଲକିତ ହେବେ। କାଜିରଙ୍ଗାରେ ଏହା ହିଁ ସବୁଠୁ ଲୋକପ୍ରିୟ ପରିଭ୍ରମଣ ସ୍ଥାନ।
ହୂଲ୍ଲୋଙ୍ଗାପାର ଗିବନ୍‌ ଅଭୟାରଣ୍ୟ: ଭାରତର ଏହି ଏକମାତ୍ର ଗିବନ୍‌ ଅଭୟାରଣ୍ୟରେ ବହୁସଂଖ୍ୟକ ବିଭିନ୍ନ ପ୍ରଜାତିର ଭାରତୀୟ ମର୍କଟ ବାସ କରନ୍ତି। ଏହାଛଡ଼ା ଏଠାରେ ହାତୀ, ବାଘ, କଲରାପତ୍ରିଆ, ବଣବିରାଡ଼ି, ବାର୍‌ହା, ତିନି ପ୍ରକାର ଶାଳିଆପତନି, ଚାରି ପ୍ରକାର ଗୁଣ୍ଡୁଚି, ୨୧୯ ପ୍ରଜାତି ପକ୍ଷୀ ଓ ନାନା ଧରଣର ସାପ ବାସକରନ୍ତି। ଅଡବାରୀ ଚା ବଗିଚା: ୧୮୬୪ ମସିହାରେ ବ୍ରିଟିସ୍‌ ଆସାମ ଟି କମ୍ପାନି ଦ୍ବାରା ସଂସ୍ଥାପିତ ଏହି ଚା ବଗିଚା ସେ ଅଞ୍ଚଳର ସମୃଦ୍ଧ ଚା ଐତିହ୍ୟର ସାକ୍ଷୀ। ଏହି ବଗିଚା ଯୋଗୁଁ ଆସାମ ଚା ଶିଳ୍ପର କ୍ରମବିକାଶ ଘଟିଛି। ଏଠାରେ ଚା କାରଖାନା ଦେଖିବା ସହିତ ବିଭିନ୍ନ ପ୍ରକାର ଚା ନ ଚାଖିଲେ ବୁଲାବୁଲି ଅପୂର୍ଣ୍ଣ ରହିଗଲା ପରି ମନେହୁଏ।

କାକୋଚାଙ୍ଗ ଜଳପ୍ରପାତ: ବର୍ଷାକାଳ ପରବର୍ତ୍ତୀ ମାସଗୁଡ଼ିକ ହିଁ  କାକୋଚାଙ୍ଗ ଜଳପ୍ରପାତ ବୁଲି ଦେଖିବାର ଉପଯୁକ୍ତ ସମୟ। ମୌସୁମୀ ବର୍ଷା ଶେଷ ମାସରୁ ଅର୍ଥାତ୍‌ ଅକ୍‌ଟୋବର୍‌ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ପ୍ରପାତ ଶିଖରରୁ ତଳକୁ ଝର୍ଝର ନାଦରେ ଜଳ ଝରିପଡୁଥାଏ। ଏଠାରୁ ଥାଇ ଐତିହାସିକ ନୁମାଲିଗଡ଼ ଓ ଦେବପର୍ବତ ଧ୍ବଂସାବଶେଷ ବି ଦେଖିହେବ। ଜାତୀୟ ଅର୍କିଡ୍‌ ଉଦ୍ୟାନ: ୬ ଏକର ଜାଗାରେ ଅବସ୍ଥିତ ଭାରତର ଏ ବୃହତ୍ତମ ଅର୍କିଡ୍‌ ଉଦ୍ୟାନ କାଜିରଙ୍ଗା କେନ୍ଦ୍ରୀୟ ରେଞ୍ଜ୍‌ଠାରୁ ମାତ୍ର ଦୁଇ କିଲୋମିଟର ଦୂର। ଏଠାରେ ୫୦୦ରୁ ଅଧିକ କିସମ ବଣୁଆ ଅର୍କିଡ୍‌ ଫୁଲ ଓ ୪୬ ପ୍ରକାର ବାଉଁଶ ରହିଛି। ଏଠାରେ ୧୦୦ ରକମ ଆଞ୍ଚଳିକ ଚାଉଳ ଦେଖିବା ସହିତ ଖରିଦ କରିପାରିବେ। ଏହା ବ୍ୟତିରେକେ ସନ୍ଧ୍ୟାବେଳେ ଆ‌େୟାଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ବି ଉପଭୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe