ଗ୍ରାହକ ଜମା କରିଥିବା କଏନକୁ ଗଣିବା ପାଇଁ କର୍ମଚାରୀଙ୍କୁ ଲାଗିଲା ୫ଘଣ୍ଟାର ସମୟ

ୱାଶିମ ଜିଲ୍ଲାର ରିସୋଡ ସହରର ଜଣେ ଗ୍ରାହକ ୭,୧୬୦ ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ ପାଇଁ ଟଙ୍କାକିଆ ଓ ଦୁଇ ଟଙ୍କିଆ କଏନ ନେଇ ବିଜୁଳି ବିଲ ପୈଠ ପାଇଁ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

TT


ନୂଆଦିଲ୍ଲୀ: ମହାରାଷ୍ଟ୍ରର ୱାଶିମରୁ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ମହାବିତରଣ ବିଦ୍ୟୁତ କମ୍ପାନି ବକେୟା ଥିବା ବିଜୁଳି ବିଲ ପୈଠ ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ୱାଶିମ ଜିଲ୍ଲାର ରିସୋଡ ସହରର ଜଣେ ଗ୍ରାହକ ୭,୧୬୦ ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ ପାଇଁ ଟଙ୍କାକିଆ ଓ ଦୁଇ ଟଙ୍କିଆ କଏନ ନେଇ ବିଜୁଳି ବିଲ ପୈଠ ପାଇଁ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁଦ୍ରାଗୁଡ଼ିକର ମୋଟ ଓଜନ ପ୍ରାୟ ୪୦ କିଲୋଗ୍ରାମ ରହିଥିଲା।

ମହାବିତାରଣ ବିଦ୍ୟୁତ୍ କମ୍ପାନିର କର୍ମଚାରୀମାନେ ମୋଟରସାଇକେଲରେ ଏକ କିଲୋମିଟର ଦୂରତା ଅତିକ୍ରମ କରି ଗ୍ରାହକଙ୍କଠାରୁ ଏହି ମୁଦ୍ରାଗୁଡ଼ିକୁ ସଂଗ୍ରହ କରି ମୁଖ୍ୟ କାର୍ଯ୍ୟାଳୟରେ ନେଇ ପହଞ୍ଚାଇଥିଲେ। ଏହି ମୁଦ୍ରାଗୁଡ଼ିକୁ ଗଣିବା ପାଇଁ ତିନି ଜଣ ବିଦ୍ୟୁତ କର୍ମଚାରୀ ପ୍ରଶାନ୍ତ ଥୋଟେ (କ୍ୟାସିୟର), ଉଦ୍ଧବ ଗଜଭାର (ଲାଇମ୍ୟାନ) ଏବଂ ଅତୁଲ ଥେର (ଅସ୍ଥାୟୀ କର୍ମଚାରୀ)ଙ୍କୁ ପ୍ରାୟ ପାଞ୍ଚ ଘଣ୍ଟା ସମୟ ଲାଗିଥିଲା।

ଏହି ମୁଦ୍ରାଗୁଡ଼ିକ ପ୍ରଚଳନରେ ଥିବାରୁ ମହାବିତରଣ କର୍ମଚାରୀମାନେ ଗ୍ରାହକଙ୍କଠାରୁ ମୁଦ୍ରା ଗ୍ରହଣ କରିବାକୁ ମନା କରିବାର କୌଣସି ଅଧିକାର ନଥିଲା ବୋଲି ବିଦ୍ୟୁତ ବିଭାଗ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି।

 ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଟେବୁଲ ଉପରେ ବିପୁଳ ପରିମାଣରେ ମୁଦ୍ରା ଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe