ଜଳ ହିଁ ଜୀବନ

ବିଶ୍ବ ଜଳ ଦିବସ - ଡକ୍ଟର୍ ଦେବୀଲାଲ୍ ମିଶ୍ର

ଜଳ ହିଁ ଜୀବନ

representational immage - Kids Discover

ଆମେ ଜାଣି ଆଶ୍ଚର୍ଯ୍ୟ ହେବା ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ର ତଥ୍ୟ ଅନୁସାରେ ଖରାପ ଜଳଜନିତ ରୋଗ ଦ୍ବାରା ପ୍ରତିବର୍ଷ ସାରା ବିଶ୍ବରେ ୧.୪ ମିଲିୟନ୍ ଲୋକ ପ୍ରାଣ ହରେଇଥାନ୍ତି। ବର୍ତ୍ତମାନ ସମୟରେ ପ୍ରତି ୪ ଜଣରେ ଜଣେ (ବିଶ୍ବରେ ପ୍ରାୟ ୨ ବିଲିୟନ୍) ଲୋକ ସୁରକ୍ଷିତ ପାନୀୟ ଜଳରୁ ବଞ୍ଚିତ। ୟୁନିସେଫ୍‌ର ତଥ୍ୟ ଅନୁସାରେ ବିଶ୍ବ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ(୩.୬ ବିଲିୟନ୍) ସ୍ବଚ୍ଛ ପରିବେଶରେ ରୁହନ୍ତି ନାହିଁ। ୨୦୫୦ ସୁଦ୍ଧା ବିଶ୍ବ ଆବଶ୍ୟକ କରୁଥିବା ଜଳର ପରିମାଣ ୫୫ ପ୍ରତିଶତ ବୃଦ୍ଧି ହେବାର ଆକଳନ କରାଯାଉଛି। ତେଣୁ ବର୍ତ୍ତମାନ ସମୟରେ ଜଳର ସମସ୍ୟାକୁ ଦୂର କରିବାକୁ ହେଲେ ସବୁ ସ୍ତରରେ ପରିବର୍ତ୍ତନକୁ ତ୍ବରାନ୍ବିତ କରିବାକୁ ହେବ। ସଂଯୁକ୍ତରାଷ୍ଟ୍ର ଅନୁସାରେ, ଜଳ ସମସ୍ତଙ୍କୁ ପ୍ରଭାବିତ କରେ, ତେଣୁ ସମସ୍ତେ ଏଥିପାଇଁ ପଦକ୍ଷେପ ନେବା ଜରୁରୀ।

ଆମ ଜୀବନରେ ଜଳର ଗୁରୁତ୍ବ ପ୍ରତି ସଚେତନ ହୋଇ ଜଳର ଉପଯୁକ୍ତ ବ୍ୟବହାର ଦିଗରେ ସମସ୍ତଙ୍କୁ ପ୍ରତିବଦ୍ଧ ହେବାକୁ ପଡ଼ିବ। ନିଜର ବ୍ୟବହାରରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିପାରିଲେ ଆମେ ଜଳଜନିତ ସମସ୍ୟାର ମୁକାବିଲା କରିପାରିବା। ସଂଯୁକ୍ତରାଷ୍ଟ୍ର ମହାସଭା ୧୯୯୨ ମସିହାରେ ବିଶ୍ବ ଜଳଦିବସ ପାଳନ ପ୍ରସ୍ତାବକୁ ଅନୁମୋଦନ କରିଥିଲା ଏବଂ ମାର୍ଚ୍ଚ ୨୨ ତାରିଖକୁ ଏଥିପାଇଁ ସ୍ଥିର କରିଥିଲା। ୧୯୯୩ ମସିହାରେ ପ୍ରଥମ ବିଶ୍ବ ଜଳଦିବସ ପାଳିତ ହୋଇଥିଲା। ବିଶୁଦ୍ଧ ଓ ପାନୀୟ ଜଳର ସୁରକ୍ଷା ତଥା ଏହାର ଉପଯୁକ୍ତ ବ୍ୟବହାର ପ୍ରତି ଜନସଚେତନତା‌ ସୃଷ୍ଟି କରିବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଜଳ ହିଁ ଜୀବନ। ତେଣୁ ଜଳର ସୁରକ୍ଷାର ଅର୍ଥ ଆମର ସୁରକ୍ଷା। ଏଥିପାଇଁ ବ୍ୟବହାରିକ ତଥା ସାମାଜିକ ସ୍ତରରେ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
debilalmishra@gmail.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe