ପାଣି ପାଇଁ ହାହାକାର, ଚାଷ ପ୍ରଭାବିତ: ଶୁଖିଗଲା ଅଙ୍ଗୀ, ଭାସ୍କେଲ ନଦୀ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍‌ର ୮୦ ପ୍ରତିଶତ ଲୋକ ଚାଷ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଜଳସେଚନର ଉତ୍ତମ ବ୍ୟବସ୍ଥା ନଥିବାରୁ ଚାଷୀ ମୌସୁମୀ ବର୍ଷା ସହ ନଦୀ ତଥା ନାଳ ପାଣିକୁ ଭରସା କରୁଛନ୍ତି। କିନ୍ତୁ ଜଳସଂକଟ କାରଣରୁ ଚଳିତବର୍ଷ ରବି ଫସଲ ପ୍ରଭାବିତ ହୋଇଥିବା ସ୍ଥାନୀୟ ‌ଚାଷୀ କହିଛନ୍ତି।

dsdsds

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍‌ର ୮୦ ପ୍ରତିଶତ ଲୋକ ଚାଷ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଜଳସେଚନର ଉତ୍ତମ ବ୍ୟବସ୍ଥା ନଥିବାରୁ ଚାଷୀ ମୌସୁମୀ ବର୍ଷା ସହ ନଦୀ ତଥା ନାଳ ପାଣିକୁ ଭରସା କରୁଛନ୍ତି। କିନ୍ତୁ ଜଳସଂକଟ କାରଣରୁ ଚଳିତବର୍ଷ ରବି ଫସଲ ପ୍ରଭାବିତ ହୋଇଥିବା ସ୍ଥାନୀୟ ‌ଚାଷୀ କହିଛନ୍ତି। ସେହିପରି ଆଗକୁ ପାନୀୟ ଜଳ ପାଇଁ ବି ଲୋକଙ୍କୁ ଦୁଇମାସରୁ ଅଧିକ ସମୟ ସଂଘର୍ଷ କରିବାକୁ ପଡ଼ିବ ବୋଲି କୁହାଯାଉଛି। ଡାବୁଗାଁ ବ୍ଲକରେ ଧାନ ସହ ମକା ଚାଷ ହେଉଛି। ଖରିଫ ଋତୁରେ ବର୍ଷା ପାଣିରେ ଚାଷ ହେଉଛି। ରବି ଋତୁରେ ଅଙ୍ଗୀ ଏବଂ ଭାସ୍କେଲ ନଦୀ ପାଣି ଉପରେ ଚା‌ଷୀ ନିର୍ଭର କରୁଛନ୍ତି। କିନ୍ତୁ ଚଳିତବର୍ଷ ଫେବ୍ରୁଆରି ମାସରେ ହିଁ ଉଭୟ ନଦୀ ଶୁଖିଯାଇଛି। ତେଣୁ ଜଳସେଚନ ପାଇଁ ନଦୀ ପାଣି ନିଅଣ୍ଟ ପଡ଼ିଛି।

ଅଙ୍ଗୀ ନଦୀ ଝରିଗାଁ ବ୍ଲକ ମୁଣ୍ଡାପଦର ଦେଇ ଡାବୁଗାଁ ବ୍ଲକର ଡାବୁଗାଁ, ଜୁନାପାଣି, ଜବାଗୁଡ଼ା ଓ ବଡ଼ଓଲମା ପଞ୍ଚାୟତ ଦେଇ କୋଷାଗୁମୁଡ଼ା ବ୍ଲକ ନୁନପାଣି ଠାରେ ଭାସ୍କେଲ ନଦୀରେ ମିଶିଛି। ସେହିପରି ଝରିଗାଁ ବ୍ଲକ ଦେଇ ଆସିଥିବା ଭାଷ୍କେଲ ନଦୀ ନନ୍ଦପୁରା, ଘୋଡାଖୁଣ୍ଟା, ବୋରିଗାଁ ଓ ଜବାଗୁଡା ପଞ୍ଚାୟତ ଦେଇ କୋଷାଗୁମୁଡା ବ୍ଲକକୁ ଯାଇଛି। ୩ରୁ ୫ବର୍ଷ ପୂର୍ବେ ଅଙ୍ଗୀ ଓ ଭାସ୍କେଲ ନଦୀରେ ମେ’ ମାସ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପାଣି ରହୁଥିଲା। ଏଥିପାଇଁ ରବି ଋତୁରେ ଚାଷ କରିବାରେ କୌଣସି ସମସ୍ୟା ହେଉନଥିଲା। ଏହି ବର୍ଷ ଫେବ୍ରୁଆରି ମାସରେ ନଦୀ ଶୁଷ୍କ ହୋଇଯାଇଛି। ନଦୀ ସଂଲଗ୍ନ ଜଙ୍ଗଲ ସଫା ହେବାରୁ ପ୍ରାକୃତିକ ସ୍ରୋତ ବନ୍ଦ ହୋଇଯାଇଛି। ସେହିପରି ଉଭୟ ନଦୀର ପଠାରୁ ପ୍ରଚୁର ପରିମାଣରେ ବାଲି ଚାଲାଣ ହେଉଥିବାରୁ ଜଳସ୍ତର ହ୍ରାସ ପାଇଛି। ଯାହାର ସିଧାସଳଖ ପ୍ରଭାବ ନଦୀକୂଳିଆ ଗାଁ ଉପରେ ବି ପଡ଼ିବା ଆରମ୍ଭ ହୋଇଛି। ଗ୍ରାମାଞ୍ଚଳରେ ଭୂତଳ ଜଳସ୍ତର କମିବା ସହ ଜଳାଶୟ ଗୁଡ଼ିକ ବି ଶୁଖିବାରେ ଲାଗିଛି। ଡାବୁଗାଁ ଓ ଡଙ୍ଗରିଗୁଡ଼ା ପଞ୍ଚାୟତରେ ୧୦ରୁ ଊର୍ଦ୍ଧ୍ବ ପୋଖରୀ ରହିଥିବା ବେଳେ ମାର୍ଚ୍ଚ ମାସରେ ସେଥିରୁ ଅଧିକାଂଶ ଶୁଖିଲା ପଡ଼ିଛି। ଗୃହପାଳିତ ପଶୁଙ୍କୁ ବି ଶୋଷ ମେଣ୍ଟାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି। ପାନୀୟ ଜଳ ଅଭାବ କାରଣରୁ ଜୀବନ ବି ପ୍ରଭାବିତ ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe