ଆମେ ଅନନ୍ୟା

Advertisment

ଜୀବନରେ ପ୍ରତି ମୁହୂର୍ତ୍ତରେ ମଣିଷକୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିଜେ ଉନ୍ନତି କରିବାକୁ ଚାହିଲେ ଯାଇ ସଫଳ ହେବ। ନିଜ ପ୍ରତିଭାର ଉପଯୁକ୍ତ ବିନିଯୋଗ କରିବା ଦ୍ବାରା ବ୍ୟକ୍ତିତ୍ବର ବିକାଶ ହେବ। କିଛି ନୂଆ କଥା, ନୂଆ ଅନୁଭବ ଆମ ବ୍ୟକ୍ତିତ୍ବ ଗଠନ‌ରେ ସହାୟକ ହୁଏ।

ଜୀବନରେ ପ୍ରତି ମୁହୂର୍ତ୍ତରେ ମଣିଷକୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିଜେ ଉନ୍ନତି କରିବାକୁ ଚାହିଲେ ଯାଇ ସଫଳ ହେବ। ନିଜ ପ୍ରତିଭାର ଉପଯୁକ୍ତ ବିନିଯୋଗ କରିବା ଦ୍ବାରା ବ୍ୟକ୍ତିତ୍ବର ବିକାଶ ହେବ। କିଛି ନୂଆ କଥା, ନୂଆ ଅନୁଭବ ଆମ ବ୍ୟକ୍ତିତ୍ବ ଗଠନ‌ରେ ସହାୟକ ହୁଏ।

ssdsd

ଜୀବନରେ ପ୍ରତି ମୁହୂର୍ତ୍ତରେ ମଣିଷକୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିଜେ ଉନ୍ନତି କରିବାକୁ ଚାହିଲେ ଯାଇ ସଫଳ ହେବ। ନିଜ ପ୍ରତିଭାର ଉପଯୁକ୍ତ ବିନିଯୋଗ କରିବା ଦ୍ବାରା ବ୍ୟକ୍ତିତ୍ବର ବିକାଶ ହେବ। କିଛି ନୂଆ କଥା, ନୂଆ ଅନୁଭବ ଆମ ବ୍ୟକ୍ତିତ୍ବ ଗଠନ‌ରେ ସହାୟକ ହୁଏ। ନିଜକୁ ସ୍ବତନ୍ତ୍ର କରିବା ଲାଗି ନିଜକୁ ଏଥିରେ ନିମଗ୍ନ କରିବାର ଆବଶ୍ୟକତା ରହିଛି ବୋଲି ‘ଆମେ ଅନନ୍ୟା’ ଆଲୋଚନାରେ ଅତିଥି ବକ୍ତାମାନେ ମତ ରଖିଛନ୍ତି। ଏଥିରେ ଆଲୋଚକ ଭାବେ ଖୋର୍ଦ୍ଧା ଏସ୍‌ପି ତଥା ଆଇପିଏସ୍‌ ଅଫିସର ସାଗରିକା ନାଥ, ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ତଥା ଓଏଫ୍‌ଏସ୍‌ ଅଧିକାରୀ ସସ୍ମିତା ଲେଙ୍କା, ସଂରକ୍ଷଣ ସ୍ଥପତି ଅନୀଷା ସ୍ବାଇଁ ଓ ଯୁବ କବି ତଥା ଗବେଷିକା ଇପ୍‌ସା ତ୍ରିପାଠୀ ଅଂଶଗ୍ରହଣ କରିଥିଲେ। ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ସ୍ବତନ୍ତ୍ର ପ୍ରତିନିଧି ଡାଏନା ସାହୁ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଆଇପିଏସ୍‌ ସାଗରିକା ନାଥ କହିଲେ, ସଫଳତା ଏକ ଗତିଶୀଳ ପ୍ରକ୍ରିୟା। ବିଫଳତାରୁ ଶିଖିବାର କଳା ଆହରଣ କରିପାରିଲେ ସଫଳତା ମିଳିପାରିବ। ପ୍ରତିଦିନ କିଛି ନୂଆ ଶିଖିବା ଆବଶ୍ୟକ। ପୁରୁଷ ପ୍ରାଧାନ୍ୟ ପୁଲିସ ସେବା କ୍ଷେତ୍ରରେ ବର୍ତ୍ତମାନ ସମୟରେ ଅଧିକ ମହିଳାଙ୍କ ଯୋଗଦାନ ଉତ୍ସାହଜନକ। କାର୍ଯ୍ୟରେ ନୂଆ କରି ଯୋଗଦେବା ସମୟରେ ଏକ ନକ୍ସଲ ପ୍ରବଣ ଅଞ୍ଚଳରେ ଦାୟିତ୍ବ ତୁଲାଇବା ଏକ ବଡ଼ ଆହ୍ବାନ ରୂପେ ଉଭା ହୋଇଥିଲା। ତେବେ ସାହସର ସହିତ ଏହାର ମୁକାବିଲା କରି ସଫଳତା ପାଇଥିଲି ବୋଲି ସେ କହିଥିଲେ। ଓଏଫ୍‌ଏସ୍‌ ଅଧିକାରୀ ଶ୍ରୀମତୀ ଲେଙ୍କା କହିଲେ, ପୁଲିସ ଅପେକ୍ଷା ବନ କର୍ମଚାରୀଙ୍କ ନିକଟରେ ଅଧିକ ଆହ୍ବାନ ରହିଥାଏ। ଆଜି କିପରି ବଞ୍ଚିବି? ବୋଲି ମନକୁ ପ୍ରଶ୍ନ କରି ଲଢ଼ିବାକୁ ହୁଏ। ସମାଲୋଚନା ସତ୍ତ୍ବେ ଆମକୁ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଥିଲେ। ଯୁବ ସଂରକ୍ଷଣ ସ୍ଥପତି ଅନୀଷା କହିଲେ, ଇତିହାସ ଓ ପ୍ରାଚୀନ କାରିଗରୀ ମାନବ ଜାତିର ପରିଭାଷା। ଏହାର ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଆମର ପ୍ରାଚୀନ ଜ୍ଞାନକୌଶଳ କେତେ ଉନ୍ନତ, ତାହା ଆମ ପ୍ରତ୍ନତତ୍ତ୍ବରୁ ଶିକ୍ଷା ମିଳେ। ଆମକୁ ଏଥି ପାଇଁ ଅନୁସନ୍ଧିତ୍ସୁ ହେବାକୁ ପଡ଼ିବ ବୋଲି ସେ କହିଥିଲେ। ଯୁବ କବି ଓ ଗବେଷିକା ସୁଶ୍ରୀ ଇପ୍‌ସା କହିଲେ, ବିଜ୍ଞାନ ସବୁବେଳେ ତଥ୍ୟ, ତତ୍ତ୍ବ ଓ ସତ୍ୟ ଉପରେ ଆଧାରିତ। ବିଜ୍ଞାନ ପ୍ରତି ଲୋକଙ୍କ ମନରେ ଆଗ୍ରହ ଜନ୍ମାଇବା ଆବଶ୍ୟକ। ଜଣେ ସାଧାରଣ ଲୋକ କିଭଳି ବିଜ୍ଞାନକୁ ସରଳ ଭାଷାରେ ବୁଝି ପାରିବ ସେନେଇ ଚେଷ୍ଟା ଜାରି ରଖିଛି। ବର୍ତ୍ତମାନ ଆମେ ବହି ସହିତ ସମ୍ପର୍କ ତୁଟାଇବାକୁ ବସିଛୁ। ତେବେ ପାଖରେ ବହି, ହାତରେ ଖାତା କଲମ ଥିଲେ ସୃଜନଶୀଳତାର ବିକାଶ ଘଟିବ ବୋଲି ସୁଶ୍ରୀ ଇପ୍‌ସା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe