ରାସ୍ତାରେ  ଶବଯାତ୍ରା ଦେଖିଲେ କରନ୍ତୁ ଏହି ୪ଟି ଶୁଭକାମ

Advertisment
ରାସ୍ତାରେ  ଶବଯାତ୍ରା ଦେଖିଲେ କରନ୍ତୁ ଏହି ୪ଟି ଶୁଭକାମ

DB Videos

ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମଣିଷ ଶରୀର ହେଉଛି କ୍ଷଣଭଙ୍ଗୁର, ଅମର ହେଉଛି କେବଳ ତା’ର ଆତ୍ମା । ଯିଏ ଜନ୍ମ ନେଇଛି ତା’ର ମୃତ୍ୟୁ ସୁନିଶ୍ଚିତ । ଘରେ ବା ପଡ଼ୋଶୀଙ୍କ ଘରେ କାହାର ଦେହାନ୍ତ ହେଲେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ଯାତ୍ରା କରାଯାଇଥାଏ । ସେମିତି ଦେଖିବାକୁ ଗଲେ ଶବଯାତ୍ରାକୁ ନେଇ ସମାଜରେ ଅନେକ ମାନ୍ୟତା ରହିଛି । ଯଦି ଆପଣ କାହାର ଶବଯାତ୍ରା ଦେଖୁଛନ୍ତି,ତେବେ ଏହି ୪ଟି ଜିନିଷ ନିଶ୍ଚୟ କରନ୍ତୁ ।

୧.ଯଦି କୌଣସି ବ୍ୟକ୍ତି କାହାର ଅନ୍ତିମ ସଂସ୍କାରରେ ସାମିଲ ହୋଇଥାଏ  ବା ଶବକୁ କାନ୍ଧେଇ ନେଇଥାଏ ତେବେ ତାକୁ ପୁଣ୍ୟ ମିଳିଥାଏ । ଥରେ ଏପରି କରିବା ଦ୍ୱାରା ପୂର୍ବରୁ କରିଥିବା ପାପ ଧୋଇ ହୋଇ ଯାଇଥାଏ  ବୋଲି ବିଶ୍ୱାସ ରହିଛି।

୨.ରାସ୍ତାରେ ଯିବା ସମୟରେ ଯଦି ଆପଣ କୌଣସି ଶବଯାତ୍ରା ଦେଖୁଛନ୍ତି ତେବେ ତୁରନ୍ତ ଅଟକି ଯାଆନ୍ତୁ । ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରି ଆଗକୁ ବଢ଼ନ୍ତୁ ।

publive-image religion.bhaskar.com

୩.ଯଦି କାହାର ଶବଯାତ୍ରା ଦେଖୁଛନ୍ତି ତେବେ ଆପଣ ରାମ ନାମ ଜପ କରିବା ଆରମ୍ଭ କରନ୍ତୁ । ଶ୍ରୀରାମଚରିତ ମାନସ ଅନୁସାରେ ଶବଯାତ୍ରା ଦେଖି ରାମ ନାମ ଜପ କରିବା ଦ୍ୱାରା ଶିବ ପ୍ରସନ୍ନ ହୋଇଥାନ୍ତି । ଶିବପୁରାଣରେ କୁହାଯାଇଛି କି ମୃତ୍ୟୁ ପରେ ଆତ୍ମା ପରମାତ୍ମା ଅର୍ଥାତ ଶିବଙ୍କ ସହ ବିଲୀନ ହୋଇ ଯାଇଥାଏ । ସେଥିପାଇଁ ଶବଯାତ୍ରା ଦେଖି ରାମ ନାମ ଜପ କଲେ ଶିବଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି।

୪.ଯଦି ଆପଣ କାର୍‌ କିମ୍ବା ବାଇକ୍‌ରେ ଯାଉଛନ୍ତି ତେବେ ଶବଯାତ୍ରା ଦେଖି ହର୍ଣ୍ଣ ବଜାନ୍ତୁ ନାହିଁ । ଏପରି କଲେ ମୃତ ବ୍ୟକ୍ତିଙ୍କୁ ଅସମ୍ମାନ ବୋଲି ଧରାଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe