ଆମେ ନେବୁ ନେତୃତ୍ବ: ମହିଳାମାନେ ଆଜନ୍ମ ଯୋଦ୍ଧା

ସବୁ କ୍ଷେତ୍ରରେ ସଂଘର୍ଷ କରି ଆଗକୁ ବଢ଼ିବାର ମଜା ଅଲଗା। ଏଭଳି ସଫଳତା ପାଇଁ ଇଚ୍ଛାଶକ୍ତି ସହିତ କଠିନ ପରିଶ୍ରମ ଆବଶ୍ୟକ। ମହିଳାମାନେ ଜନ୍ମରୁ ଯୋଦ୍ଧା ହୋଇଥିବାରୁ ତାଙ୍କୁ କେବଳ ଉତ୍ସାହିତ କରିବା ଦରକାର। ଫଳରେ ସେମାନେ ଯେକୌଣସି କ୍ଷେତ୍ରରେ....

fssfsfsf

ସବୁ କ୍ଷେତ୍ରରେ ସଂଘର୍ଷ କରି ଆଗକୁ ବଢ଼ିବାର ମଜା ଅଲଗା। ଏଭଳି ସଫଳତା ପାଇଁ ଇଚ୍ଛାଶକ୍ତି ସହିତ କଠିନ ପରିଶ୍ରମ ଆବଶ୍ୟକ। ମହିଳାମାନେ ଜନ୍ମରୁ ଯୋଦ୍ଧା ହୋଇଥିବାରୁ ତାଙ୍କୁ କେବଳ ଉତ୍ସାହିତ କରିବା ଦରକାର। ଫଳରେ ସେମାନେ ଯେକୌଣସି କ୍ଷେତ୍ରରେ ନିଜର ନେତୃତ୍ବ ଦକ୍ଷତାକୁ ପ୍ରମାଣିତ କରିପାରିବେ ବୋଲି ‘ଆମେ ନେବୁ ନେତୃତ୍ବ’ ଆଲୋଚନାରେ ଅଂଶଗ୍ରହଣ କରି ଅତିଥିମାନେ ମତ ରଖିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବିଏମ୍‌ସି ମେୟର୍‌ ସୁ‌ଲୋଚନା ଦାସ, ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ୍‌ ଓ ବିଜେପି ମୁଖପାତ୍ର ଶତରୂପା ମିଶ୍ର।

ଶ୍ରୀମତୀ ଦାସ କହିଲେ ଯେ ରାଜନେତା ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ। ଜଣେ ରାଜନେତା ଯଦି ମନ ପ୍ରାଣ ଦେଇ ଲୋକଙ୍କ ସେବା କରେ ଏବଂ ସମାଜସେବାରେ ବ୍ରତୀ ହୁଏ ତେବେ ସେ ସଫଳ ରାଜନେତାର ପରିଚୟ ପାଏ। ମହିଳାମାନେ ନିଶ୍ଚିତ ରୂପେ ରାଜନୈତିକ ଦଳର ମଙ୍ଗ ସମ୍ଭାଳିପାରିବ। ରାଜନୀତିରେ ମଧ୍ୟ ମହିଳାମାନଙ୍କୁ ସମାନ ସ୍ଥାନ ପ୍ରଦାନର ଆବଶ୍ୟକତା ରହିଛି। ସାମ୍ବାଦିକତାରୁ କର୍ମମୟ ଜୀବନ ଆରମ୍ଭ କରି ରାଜନୀତିରେ ପ୍ରବେଶ କରିଥିବାରୁ ଲୋକଙ୍କ ସମସ୍ୟାକୁ ଅନୁଭବ କରିପାରିଛି ବୋଲି ମେୟର୍‌ ଶ୍ରୀମତୀ ଦାସ ମତ ରଖିଥିଲେ।

କଂଗ୍ରେସ ବିଧାୟିକା ସୋଫିଆ କହିଲେ, ଝିଅମାନଙ୍କୁ ରାଜନୀତିରେ ଖୁବ୍‌ କମ୍‌ ସୁଯୋଗ ମିଳେ। ସଂଘର୍ଷ କରିବାକୁ ପଡ଼େ। ରାଜନେତା ହେବା ଅପେକ୍ଷା ରାଜନୀତିରେ ଆଗକୁ ବଢ଼ିବା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମହିଳାମାନେ ଆଜନ୍ମ ଯୋଦ୍ଧା। ବର୍ତ୍ତମାନ କଂଗ୍ରେସରେ ବହୁ ମହିଳା ନେତ୍ରୀଙ୍କ ଅଭ୍ୟୁଦୟ ଘଟୁଛି। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କୁ କଂଗ୍ରେସ ହିଁ ବାଛିଥିଲା। ଦଳ ଚାହିଁଲେ ଆଗାମୀ ଦିନରେ ପୁନର୍ବାର ରାଜ୍ୟ କଂଗ୍ରେସର ନେତୃତ୍ବ ମହିଳା ନେବେ ବୋଲି ବିଧାୟିକା କହିଥିଲେ। ବିଜେପି ମୁଖପାତ୍ର ଶତରୂପା ମିଶ୍ର କହିଲେ, ବିଜେତା ସିଏ ହୁଏ ‌ଯିଏ ନିଜକୁ ବିଜେତା ବୋଲି ଭାବେ। ପ୍ରଥମେ ନିଜେ ନିଜକୁ ଭଲ ପାଇବା ଦରକାର। ମନରେ ହାରିଗଲେ ସୁଯୋଗର ମୂଲ୍ୟ ରହିବ ନାହିଁ। ସଂରକ୍ଷଣ ଦ୍ବାରା ମହିଳାମାନଙ୍କୁ ଆଗକୁ ଆଣିବାର ପ୍ରୟାସ ବହୁ ପୁରୁଣା।

ଏହି ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ବର୍ତ୍ତମାନ ସମୟରେ ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ ସଂରକ୍ଷଣର ଆବଶ୍ୟକତା ନାହିଁ। ନିଜର ସ୍ଥିତିକୁ ମଜଭୁତ କରିପାରିଲେ ମହିଳାମାନେ ଆଗକୁ ବଢ଼ିପାରିବେ। ମହିଳାମାନଙ୍କୁ ପରିବାରର ସମର୍ଥନ ଦରକାର। ତୃଣମୂଳ ସ୍ତରରୁ ମହିଳାମାନେ ସଂଘର୍ଷ କଲେ ନିଶ୍ଚିତ ରୂପେ ରାଜନୈତିକ ଦଳର ମଙ୍ଗ ସମ୍ଭାଳିପାରିବେ ବୋଲି ବିଜେପି ନେତ୍ରୀ କହିଥିଲେ। ସ୍ବସ୍ତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe