ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଏକ ଚ୍ୟାଲେଞ୍ଜ,ନିଜ ଦାମୀ ଜିନିଷକୁ ସଡକରେ ଫୋପାଡିଲେ ଲୋକେ!

Advertisment
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଆଉ ଏକ ଚ୍ୟାଲେଞ୍ଜ,ନିଜ ଦାମୀ ଜିନିଷକୁ ସଡକରେ ଫୋପାଡିଲେ ଲୋକେ!

photo by : The Straits Times

ଦିନକୁ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ଟ୍ରେଂଡମାନ ଦେଖିବାକୁ ମିଳୁଛି। ୟୂଜର୍ସମାନେ ଏଭଳିି ଅଜବ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯାହା ଭାଇରାଲ ହୋଇ ଚାରିଆଡେ ବ୍ୟାପିବାରେ ଲାଗିଛି। ଏଭଳି ଏକ ଚ୍ୟାଲେଞ୍ଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଠିଥିରେ ଦେଖିବାକୁ ମିଳୁଛି ଲୋକମାନେ ନିଜ ଦାମୀ ଜିନିଷକୁ ସଡ଼କରେ ଫୋଡ଼ିବାରେ ଲାଗିଛନ୍ତି। ଏଭଳି ଏକ ଘଟଣା ଚୀନ୍‌ରେ ଦେଖିବାକୁ ମିଳିଛି।

publive-image

ଚୀନରେ ସୋସିଆଲ ମିଡିଆରେ କିଛି ଅଜବ ଏବଂ ନିଆରା ଟ୍ରେଂଡ ଦେଖିବାକୁ ମିଳିଛି । ୟୂଜର୍ସ ନିଜ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯେଉଁଥିରେ ସେମାନେ ଅଧା ମୁହଁରେ ତଳେ ପଡିଥିବାର ଦେଖିବାକୁ ମିଳିଛନ୍ତି ଏବଂ ତାଙ୍କ ସାମ୍ନାରେ ଦାମୀ ଜିନିଷ ଖେଳାଇ ହୋଇ ପଡିଛି । ଏଥିରେ ମୋବାଇଲ ଫୋନ, କ୍ୟାମେରା, କପଡା, ବାଇକକୁ ନେଇ ଟଙ୍କା ପର୍ଯ୍ୟନ୍ତ । ଏହାକୁ ଚୀନ ସୋସିଆଲ ମିଡିଆ ପ୍ଲାଟଫର୍ମ ବାଇବୋରେ ‘ଫ୍ଲଂଟ ୟୋର ହେଲଥ ଚ୍ୟାଲେଂଜ’ ନାଁ ଦିଆଯାଇଛି । ଦୁଇ ସପ୍ତାହ ହେବ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଦୁଇ ସପ୍ତାହ ମଧ୍ୟରେ ଲକ୍ଷ ଲକ୍ଷ ପୋଷ୍ଟ ଶେୟାର ହୋଇଛି ।

publive-image

ଏହିଭଳି ଏକ ଭିଡିଓ ନିକଟରେ ଶେୟାର କରାଯାଇଛି ଯାହାକୁ ୫୦ହଜାର ଭ୍ୟୁ ମିଳିଛି । ସେହିଭଳି ରାସ୍ତାଘାଟରେ ଏଭଳି ଫଟୋ ଶେୟାର ହେବା ଘଟଣାକୁ ଆଖିରେ ରଖି ଚୀନ ପୁଲିସ ରାସ୍ତାଘାଟ ନିୟମ ଉଲଂଘନ କରିଥିବା ହେତୁ ଜୋରିମାନା ଲଗାଇଛନ୍ତି । ଏହି ଟ୍ରେଣ୍ଡ ଜୁଲାଇରେ ରୁସର ଏକ ଡିଜେ ପୋଷ୍ଟରୁ ଆରମ୍ଭ ହୋଇଥିଲା । ଫଟୋରେ ଡିଜେ ନିଜ ପ୍ରାଇଭେଟ ଜେଟରୁ ପଡିଯିବାର ନାଟକ କରୁଥିଲେ । ସେହିଠାରୁ ହିଁ ଏହି ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe