ଆହୁରି ମହଙ୍ଗା ହେବାକୁ ଯାଉଛି ରେଳ ଟିକେଟ୍‌, ଏଣିକି ପ୍ରତ୍ୟେକ ଟିକେଟ ଉପରେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ!

Advertisment
ଆହୁରି ମହଙ୍ଗା ହେବାକୁ ଯାଉଛି ରେଳ ଟିକେଟ୍‌, ଏଣିକି ପ୍ରତ୍ୟେକ ଟିକେଟ ଉପରେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ!

ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରେଳବାଇ ପକ୍ଷରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଛି। ଏଥିସହିତ ସହଜରେ ଟ୍ରେନ୍‌ ଟିକେଟ ପାଇବା ପାଇଁ ବହୁ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଭାରତୀୟ ରେଳବାଇରେ ଏଣିକି ମହଙ୍ଗା ହେବାକୁ ଯାଉଛି ଟ୍ରେନ୍‌ ଟିକେଟ୍‌। ଏଣିକି ପ୍ରତ୍ୟେକ ଟିକେଟ ଉପରେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ। ଅନଲାଇନ ଟିକେଟ୍‌ ବୁକ୍‌ କରୁଥିବା ଯାତ୍ରୀମାନଙ୍କୁ ଆଇଆରସିଟିସିର ୱେବସାଇଟ ବ୍ୟତୀତ ଅନ୍ୟ କେଉଁଠି ବୁକ୍‌ କରିବା ଦ୍ୱାରା ଅତିରିକ୍ତ ଚାର୍ଜ ଦେବାକୁ ପଡିବ।

publive-image

ଯଦି ଆପଣ ରେଳ ଟିକେଟ ପେଟିଏମ, ମୋବିକ୍ୱିଇକ୍‌, ମେକମାଇଟ୍ରିପ, ଯାତ୍ରା ଏବଂ କ୍ଲିୟରଟ୍ରିପ ଆଦି ମୋବାଇଲ ୱାଲେଟ କିମ୍ବା ୱେବସାଇଟରୁ ବୁକ୍‌ କରନ୍ତି ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏଣିକି ଏହିସବୁ ୱେବସାଇଟ ଏବଂ ମୋବାଇଲ ୱାଲେଟରୁ ଟିକେଟ ବୁକ୍‌ କଲେ ଯାତ୍ରୀଙ୍କୁ ୧୨ ଟଙ୍କା ସହିତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ।

publive-image

ଏହାଛଡା ଆଇଆରସିଟିସି କଂପାନୀମାନଙ୍କଠାରୁ ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ ମଧ୍ୟ ଆଦାୟ କରିବ। ଏଥିସହିତ ଆଇଆରସିଟିସି କଂପାନୀମାନଙ୍କଠାରୁ ୫ ଟଙ୍କା ଡିସପ୍ଲେ ବିଜ୍ଞାପନ ବାବଦକୁ ଏବଂ ୧୫ ଟଙ୍କାର ଶୁଳ୍କ କ୍ୟାସବ୍ୟାକ ଉପରେ ମଧ୍ୟ ଆଦାୟ କରିବ। ସେହିପରି ଯଦି କୌଣସି ବି କଂପାନୀ ନିଜ ୱେବସାଇଟରେ କୌଣସି ବି ଥାର୍ଡ ପାର୍ଟିର ପ୍ରଡକ୍ଟକୁ ବିକ୍ରିକରନ୍ତି ତେବେ ସେମାନଙ୍କଠାରୁ ୨୫ ଟଙ୍କା ପ୍ରତି ଟିକେଟ ପିଛା ଶୁଳ୍କ ଆଦାୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe