୩୬ହଜାର ଫୁଟ ଉଚ୍ଚରେ ରୋମାଣ୍ଟିକ ହେଲେ ପ୍ରେମୀଯୁଗଳ

Advertisment
୩୬ହଜାର ଫୁଟ ଉଚ୍ଚରେ ରୋମାଣ୍ଟିକ ହେଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ନିଜ ବିବାହକୁ ସ୍ବତନ୍ତ୍ର କରିବା ସହିତ ଅଭୁଲା କରିବା ପାଇଁ ଯୁବକ ଓ ଯୁବତୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ମଝି ଆକାଶରେ ରୋମାଣ୍ଟିକ ଶୈଳୀରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଯୁବକ ଓ ଯୁବତୀଙ୍କ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଭିଡିଓରେ ଦେଖିବାକୁ ମିଳୁଥିବା ଯୁବତୀଙ୍କ ନାମ ଶ୍ରୁତିକା ଓ ଯୁବକଙ୍କ ନାମ ଶୁଭମ ରହିଛି। ଏଇ ଦୁହିଁଙ୍କୁ ବିବାହ ସ୍ଥିର ହୋଇଯାଇଛି। ବିବାହ କରିବା ପାଇଁ ଦୁହେଁ ବିମାନ ଯାତ୍ରାରେ  ଅଛନ୍ତି। ଏହି ସମୟରେ ଏହି ପ୍ରେମୀଯୁଗଳ ଏକ ଚାର୍ଟର ବିମାନରେ ସାଙ୍ଗସାଥିଙ୍କ ସହ ଆକାଶରେ ଉଡ଼ି  ‘ତୁ ମାନ୍ ମେରି ଜାନ’ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଜୟ କର୍ମାନୀ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓକୁ ୪୦ଲକ୍ଷରୁ ଅଧିକ ଥର ଲୋକେ ଦେଖି ସାରି‌ଲେଣି। ପୋଷ୍ଟର କ୍ୟାପସନ ମୁତାବକ, ଉକ୍ତ ପ୍ରେମୀଯୁଗଳ ୩୬ହଜାର ଫୁଟ ଉଚ୍ଚରେ ନୃତ୍ୟ କରୁଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe